ଲାଲ୍ କିଲା ସାମ୍ନାରେ ଧଳାକୁର୍ତ୍ତାରେ ସଲମାନ୍ , ଭାଇରାଲ୍ ହେଉଛି ସାଇକେଲ୍ ଚଲାଉଥିବା ଭିଡିଓ

ନିଜର ଆଗାମୀ ଫିଲ୍ମ ଦବଙ୍ଗ ୩ ର ସୁଟିଂ ରେ ବ୍ୟସ୍ତ ଭାଇଜାନ୍ । ତେବେ ଏହା ମଧ୍ୟରେ ସଲମାନଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳିଛି ଧଳା କୁର୍ତ୍ତା ପିନ୍ଧି ଲାଲ୍ କିଲା ସାମ୍ନାରେ ସାଇକେଲ୍ ଚଲାଉଛନ୍ତି ସଲମାନ୍ । ଏହା ସହ ସଲମାନଙ୍କ ଆଖପାଖରେ ସିକ୍ୟୁରିଟି ଗାର୍ଡ ମଧ୍ୟ ନଜର ଆସୁଛନ୍ତି ।

ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ୍ ଆକଉଣ୍ଟରେ ସେୟାର୍ କରିଛନ୍ତି ସୁଲତାନ୍ । ସଲମାନଙ୍କ ଏହି ଭିଡିଓକୁ ଖୁବ୍ ପ୍ରସନ୍ଦ କରୁଛନ୍ତି ପ୍ରଶଂସକ । ୨୦ ଘଂଟା ମଧ୍ୟରେ ପ୍ରାୟ ୨୮ ଲକ୍ଷରୁ ଅଧିକ ଲାଇକ୍ ମିଳିସାରିଛି । ଏହି ଭିଡିଓ ପୂର୍ବରୁ ସଞ୍ଜୟ ଦତ୍ତଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇ ଏକ ପୁରୁଣା ଫଟୋ ସେୟାର୍ କରିଥିଲେ ସଲମାନ୍ । ଆଉ ଫଟୋ ସହ ଲେଖିଥିଲେ ହାପି ବର୍ଥ ଡେ ବାବା ।

ଏହା ସହ ପଢନ୍ତୁ ଯୁବକଙ୍କ ନିଦ ହଜାଇଲା ସନି ଲିଓନିଙ୍କ ମୋବାଇଲ୍ ନମ୍ବର, ପ୍ରତିଦିନ ଆସୁଛି ୫୦୦ରୁ ଅଧିକ ଫୋନ୍

salmanଫଟୋଟି ସାଜନ୍ ଫିଲ୍ମର ସୁଟିଂ ସମୟର ଜଣାପଡୁଛି । ୧୯୯୧ରେ ଆସିଥିବା ଏହି ଫିଲ୍ମଟି ଖୁବ୍ ସୁପରହିଟ୍ ହୋଇଥିଲା । ତେବେ ସଞ୍ଜୟ ଏବଂ ସଲମାନଙ୍କ ବନ୍ଧୁତା ବି ଟାଉନରେ ଖୁବ୍ ଫେମସ୍ । ଯେତେବେଳେ ସଲମାନଙ୍କ କ୍ୟାରିୟର୍ ନୌକା ଡୁବି ଆସୁଥିଲା ସେତେବେଳେ ସଞ୍ଜୟ ଦତ୍ତ ହିଁ ତାଙ୍କୁ ସାହାଯ୍ୟ କରିଥିଲେ ।

 

 

View this post on Instagram

 

https://www.beinghumanecycle.com/

A post shared by Salman Khan (@beingsalmankhan) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.