ବଢିଲାଣି ବନ୍ୟା ଭୟ ! ହାଇ ଆଲର୍ଟରେ ଭଦ୍ରକ ଓ କେନ୍ଦୁଝର, ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ

ବୈତରଣୀ ଆଖୁଆପଦା ଓ ଆନନ୍ଦପୁରଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଛି। ନଦୀ ଜଳସ୍ତର ବଢିବାରେ ଲାଗୁଥିବାରୁ ଭଦ୍ରକ ଓ କେନ୍ଦୁଝର ଜିଲ୍ଲାର ବୈତରଣୀ ନଦୀକୂଳିଆ ବ୍ଲକ ଗୁଡ଼ିକରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି।

(କେନ୍ୟୁଜ): ଲଗାଣ ବର୍ଷାରେ ଉବୁଟୁବୁ ଅଧା ଓଡ଼ିଶା। ଗତ ୩ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ନଦୀ ଫୁଲିବାରେ ଲାଗିଛି। ବିପଦ ସଙ୍କେତ ଉପରେ ବୈତରଣୀ, ବଢୁଛି ମହାନଦୀ ଜଳସ୍ତର। ବୈତରଣୀ ଆଖୁଆପଦା ଓ ଆନନ୍ଦପୁରଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ନଦୀ ଜଳସ୍ତର ବଢିବାରେ ଲାଗୁଥିବାରୁ ଭଦ୍ରକ ଓ କେନ୍ଦୁଝର ଜିଲ୍ଲାର ବୈତରଣୀ ନଦୀକୂଳିଆ ବ୍ଲକ ଗୁଡ଼ିକରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି।

ସେହିପରି ମହାନଦୀ ତଳମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବାବେଳେ ବୌଦ୍ଧରେ ମହାନଦୀ ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି। ସୃଷ୍ଟି ହୋଇଥିବା ସ୍ଥିତିର ମୁକାବିଲା ପାଇଁ ରାଜ୍ୟର ୧୦ଟି ଜିଲ୍ଲାରେ ୨୩ଟି ଓଡ୍ରାଫ୍‌, NDRF ଏବଂ ଅଗ୍ନିଶମ ଟିମ୍‌ ମୁତୟନ କରାଯାଇଛି। କେନ୍ଦୁଝର, ସମ୍ବଲପୁରର ରେଢାଖୋଲ, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, ଅନୁଗୁଳ, ବୌଦ୍ଧ ଓ ବାଲେଶ୍ୱର ଜିଲ୍ଲାରେ ଓଡ଼୍ରାଫ୍‌କୁ ମୁତୟନ କରାଯାଇଛି। ୧୭ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତକାଲି ସନ୍ଧ୍ୟା ସୁଦ୍ଧା ପ୍ରାୟ ୩ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.