ଆଜି ମୁଣ୍ଡଳୀ ଦେଇ ଯିବ ହେବ ୮ ଲକ୍ଷ କ୍ୟୁସେକ୍‌ ବନ୍ୟାଜଳ, ଜିଲ୍ଲାପାଳମାନଙ୍କୁ ସତର୍କ କଲେ SRC

ହୀରାକୁଦର ତଳମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବଢୁଛି ମହାନଦୀ । ଆଜି ମୁଣ୍ଡଳୀ ଦେଇ ଯିବ ୮ ଲକ୍ଷ କ୍ୟୁସେକ୍‌ ବନ୍ୟାଜଳ ।ଦୁର୍ବଳ ନଦୀବନ୍ଧ ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ନିଆଯାଇଛି। ଅନୁଗୁଳ, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି ।

କଟକ  (କେନ୍ୟୁଜ): ବଢୁଛି ମହାନଦୀର ଜଳସ୍ତର । ହୀରାକୁଦର ତଳମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବଢୁଛି ମହାନଦୀ । ଆଜି ମୁଣ୍ଡଳୀ ଦେଇ ଯିବ ୮ ଲକ୍ଷ କ୍ୟୁସେକ୍‌ ବନ୍ୟାଜଳ । ଦିନ ୧୨ଟା ସୁଦ୍ଧା ମୁଣ୍ଡଳୀ ଦେଇ ୮ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେବ । ମହାନଦୀ ଅବବାହିକାର ଜିଲ୍ଲାପାଳମାନଙ୍କୁ ସତର୍କ କଲେ SRC । ଅନୁଗୁଳ, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି ।

ସେହିପରି ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ସତର୍କ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଦୁର୍ବଳ ନଦୀବନ୍ଧ ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦ୍ଦେଶ ନିଆଯାଇଛି । ମହାନଦୀର ଶାଖା ନଦୀରେ ବନ୍ୟାଜଳ ଆସୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.