ବିପଦ ସଙ୍କେତ ଉପରେ ବୈତରଣୀ : ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସ୍ୱତନ୍ତ୍ର ରିଲିଫ କମିସନର

ଲଗାଣ ବର୍ଷାରେ ବୈତରଣୀ ନଦୀରେ ଆସିଛି ଚଳିତ ବର୍ଷର ପ୍ରଥମ ବନ୍ୟା। ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦୁଝର, ଭଦ୍ରକ ଓ ଯାଜପୁର ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସ୍ୱତନ୍ତ୍ର ରିଲିଫ କମିସନର। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ସହ ସ୍ଥିତି ଉପରେ ନଜର ରଖିବାକୁ ଆଲର୍ଟ କରିଛନ୍ତି।

(କେନ୍ୟୁଜ): ଲଗାଣ ବର୍ଷାରେ ବୈତରଣୀ ନଦୀରେ ଆସିଛି ଚଳିତ ବର୍ଷର ପ୍ରଥମ ବନ୍ୟା। ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦୁଝର, ଭଦ୍ରକ ଓ ଯାଜପୁର ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସ୍ୱତନ୍ତ୍ର ରିଲିଫ କମିସନର। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ସହ ସ୍ଥିତି ଉପରେ ନଜର ରଖିବାକୁ ଆଲର୍ଟ କରିଛନ୍ତି। ବୈତରଣୀ ଫୁଲୁଥିବାରୁ କେନ୍ଦୁଝରର ଆନନ୍ଦପୁର, ଘଷିପୁରା ଓ ହାଟଡିହି ବ୍ଲକ ପ୍ରଭାବିତ ହେବା ଆଶଙ୍କା ରହିଛି। ଭଦ୍ରକର ଭଣ୍ଡାରୀପୋଖରୀ, ଧାମନଗର ଓ ତିହିଡ଼ି ବ୍ଲକ ଏବଂ ଯାଜପୁର ଜିଲ୍ଲାର କୋରେଇ, ଯାଜପୁର ଓ ଦଶରଥପୁର ବ୍ଲକ ମଧ୍ୟ ପ୍ରଭାବିତ ହୋଇପାରେ। ବିଭିନ୍ନ ସ୍ଥାନରେ ଅଗ୍ନିଶମ ବାହିନୀ, ଜରୁରୀକାଳିନ ଅଧିକାରୀ ଓ ଓଡ୍ରାଫ ଟିମ୍‌କୁ ନିୟୋଜିତ କରାଯାଇଛି।

ବୈତରଣୀ ନଦୀର ବାମ ପାର୍ଶ୍ୱରେ ଥିବା କଣ୍ଟି ଏସକେପ୍‌ରୁ ବନ୍ୟାଜଳ ନିର୍ଗତ ହୋଇ ଭଣ୍ଡାରିପୋଖରୀ ବ୍ଲକର ୬ଟି ପଞ୍ଚାୟତର ଚାଷ ଜମିରେ ପ୍ରବେଶ କରିଛି। ବନ୍ୟା ସ୍ଥିତି ଗମ୍ଭୀର ହେବା ଆଶଙ୍କା ରହିଛି। ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦୋର ଆଖୁଆପଦା ଠାରେ ପହଞ୍ଚି ଜଳସେଚନ ବିଭାଗର ଯନ୍ତ୍ରୀ ମାନଙ୍କ ସହିତ ବନ୍ୟା ସ୍ଥିତି ନେଇ ଆଲୋଚନା କରିଛନ୍ତି। ବରିଷ୍ଠ ଅଧିକାରୀଙ୍କୁ ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକକୁ ପଠାଯାଇଛି। ତଳିଆ ଅଞ୍ଚଳର ଲୋକମାନେ ଉଚ୍ଚ ସ୍ଥାନ ତଥା ସ୍କୁଲ, କଲେଜ ଓ ବାତ୍ୟା ଆଶ୍ରୟ ସ୍ଥଳକୁ ଯିବା ପାଇଁ ଅନୁରୋଧ କରିଛନ୍ତି। ବନ୍ୟା ମୁକାବିଲା ପାଇଁ ଗୋଟିଏ NDRF ଟିମ କୁ ଧାମନଗରରେ ମୁତୟନ କରାଯାଇଥିବା ବେଳେ ଅନ୍ୟ ଗୋଟିଏ ODRAF ଟିମକୁ ଭଣ୍ଡାରିପୋଖରୀ ବ୍ଲକରେ ମୁତୟନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.