Below header

ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ

ଭୁବନେଶ୍ୱର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଉଭୟ ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ନଦୀ । ରାଜଘାଟ ରେ ବିପଦ ସଂକେତ ଉପର ପ୍ରବାହିତ ହେଉଛି ସୁବର୍ଣ୍ଣରେଖା। ଏବେ ୧୧.୩ ଅଛି, ବିପଦ ସଂକେତ ଥିଲା ୧୦.୩୬।ଏହା ଯୋଗୁଁ ଭୋଗରାଇ ଓ ବାଲିଆପାଳ ଅଞ୍ଚଳରେ ପାଣି ପଶିଛି। ବିଭାଗ ତରଫରୁ ସ୍ଥିତି ଉପରେ ନଜର ରହିଛି।

ବୈତରଣୀରେ ଖସୁଛି ଜଳସ୍ତର। ବୈତରଣୀରେ ପିକ ୧୮.୯୯ ରୁ ଏବେ ଖସୁଛି।ଯାହାର ବିପଦ ସଂକେତ ଥିଲା ୧୭.୮୩। ମୋଟାମୋଟି ଭାବରେ ଉତ୍ତର ଓଡ଼ିଶାରେ ବନ୍ୟସ୍ଥିତି ଲାଗି ରହିଥିବା ବେଳେ ଆଇଏମଡି ରିପୋର୍ଟ ଆସିଲା ପରେ ଜଳ ସମ୍ପଦ ବିଭାଗ ସ୍ଥିତି ଅନୁଯାୟୀ ଗୁରୁତ୍ବ ଦେବ।

water level

ସୁବର୍ଣ୍ଣରେଖା ରେ ଆସନ୍ତା କଲି ୧୨ ଟା ବେଳକୁ ପିକ୍ ଛୁଇଁବା ରାଜଘାଟ ରେ। ଝାଡ଼ଖଣ୍ଡ ସହିତ ସମନ୍ୱୟ ରକ୍ଷା କରି ଜଳ ସମ୍ପଦ ବିଭାଗ ବନ୍ୟା ନିୟନ୍ତ୍ରଣ କୁ ଗୁରୁତ୍ବ ଦେଉଛି। ଯାଜପୁର, ଭଦ୍ରକ, ମୟୂରଭଞ୍ଜ ଆଉ ବାଲେଶ୍ଵରରେ ବନ୍ୟସ୍ଥିତୀ ଉପରେ ନଜର ରହିଛି।୨୩ ତାରିଖରେ ଲଘୁଚାପ ପ୍ରଭାବରେ ଛତିଶଗଡ ଉପର ମୁଣ୍ଡରେ ବର୍ଷା ସମ୍ଭାବନା ରହିଛି।

ସୁବର୍ଣ୍ଣରେଖା ଠାରୁ ସଠିକ୍ ସୂଚନା ମିଳିବା ପରେ କେତେ ଜଳ ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରିବ ସେଇ ଅନୁସାରେ କେତେ ଗେଟ୍ ଖୋଲିବାକୁ ପଡ଼ିବ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ। ଛତିଶଗଡ ସହିତ ସମନ୍ୱୟ ନ ରଖିଲେ ମଧ୍ୟ CWC ରିପୋର୍ଟ୍ ଅନୁସାରେ ଆମେ କାମ କରୁଛୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.