Below header

ଯୁଦ୍ଧର ବାରୁଦ ଗଦାରେ ଚୀନ୍ -ତାଇଓ୍ଵାନ, ଯେ କୌଣସି ସମୟରେ ହୋଇପାରେ ଯୁଦ୍ଧ

ନୂଆଦିଲ୍ଳୀ : ଯୁଦ୍ଧର ବାରୁଦ ଗଦାରେ ଚୀନ୍ -ତାଇଓ୍ଵାନ । ଯେ କୌଣସି ସମୟରେ ଚାଲିପାରେ ଅସ୍ତ୍ର। ସାମରିକ ଧମକ ଜାରି ରଖିଛି ଡ୍ରାଗନ୍ । ଆଜି ବି ତାଇଓ୍ଵାନ ଚାରିପଟେ ଚକ୍କର କାଟିଛି ଚୀନ୍ ଫାଇଟର ଜେଟ୍ ଓ ଯୁଦ୍ଧ ଜାହାଜ। ସେପଟେ ଚୀନ୍ ପାଇଁ ଲଙ୍ଗ ରେଞ୍ଜ୍ ମିସାଇଲ ମୁତୟନ କରିବ ଜାପାନ । ଚୀନ୍ର ଉପକୂଳ ସହରକୁ ଟାର୍ଗେଟ୍ କରିପାରିବ ମିସାଇଲ ।

ଆମେରିକା ହାଉସ୍‌ ସ୍ପିକର ନାନ୍‌ସୀ ପେଲୋସି ତାଇପେଇ ଆସିବା ପରଠାରୁ ଯୁଦ୍ଧର ଟ୍ରେଲର ଦେଖାଇ ଚାଲିଛି ଡ୍ରାଗନ୍‌ । ଘୋଷିତ ସମରାଭ୍ୟାସ ପରେ ଅଘୋଷିତ ଯୁଦ୍ଧ ଧମକ । ଆଜି ବି ତାଇଓ୍ଵାନ୍‌ ଚାରିପଟେ ଚକ୍କର କାଟୁଛି ଚୀନ୍‌ ଏୟାରକ୍ରାଫ୍‌ଟ । ଆଜି ତାଇଓ୍ଵାନ ଚାରିପାଖରେ ଉଡ଼ିଛି ଚୀନ୍‌ର ୧୨ ଫାଇଟର ଜେଟ୍‌ ।

ତା ଭିତରୁ ୫ଟି ମଧ୍ୟରେଖା ଅତିକ୍ରମ କରିଥିବା କହିଛି ତାଇ ପ୍ରତିରକ୍ଷା ମନ୍ତ୍ରାଳୟ। ୫ ଯୁଦ୍ଧ ଜାହାଜ ମଧ୍ୟ ତାଇଓ୍ଵାନ ସମୁଦ୍ରରେ ଚକ୍କର କାଟିଛି। ମୁହାଁମୁହିଁ ସ୍ଥିତିରେ ଅଛନ୍ତି ଚୀନ୍‌ – ତାଇଓ୍ଵାନ । ସମ୍ଭାବ୍ୟ ଆକ୍ରମଣର ମୁକାବିଲା ପାଇଁ ତାଇଓ୍ଵାନ ମଧ୍ୟ ପ୍ରସ୍ତୁତ ରହିଛି । କୁହାଯାଉଛି ଯୁଦ୍ଧ ହେଲେ ଚୀନ୍‌କୁ ବହୁ ମୂଲ୍ୟ ଦେବାକୁ ହେବ।

୬ ମାସ ପରେ ବି ରୁଷ୍‌ -ୟୁକ୍ରେନ୍‌ ଯୁଦ୍ଧ ଶେଷ ହେଉନି। ଏକ ମହାଶକ୍ତିକୁ ଘାଇଲା କରୁଛି ୟୁକ୍ରେନ୍‌ । ତାଇଓ୍ଵାନ ସହ ହାତ ଦେଲେ ଚୀନ୍‌କୁ ମଧ୍ୟ ଘାଇଲା ହେବାକୁ ପଡ଼ିବ। ବେଜିଂ-ତାଇପେଇ ଯୁଦ୍ଧ ଆଶଂକା ବଢ଼ିଥିବା ବେଳେ ଚର୍ଚ୍ଚାରେ ରହିଛି ତାଇଓ୍ଵାନର ରିଭଲଭର ୮୬୦ କମ୍ବାଟ ଡ୍ରୋନ୍‌ । ଯାହା ଏବେ ୟୁକ୍ରେନ୍‌ ଯୁଦ୍ଧ କ୍ଷେତ୍ରରେ ବ୍ୟବହାର ହେଉଛି।

ପୋଲାଣ୍ଡକୁ ଏହି ଡ୍ରୋନ ଯୋଗାଇଥିଲା ତାଇଓ୍ଵାନ । ପୋଲାଣ୍ଡ ୟୁକ୍ରେନ୍‌କୁ ଦେଇଛି। ଶତ୍ରୁ ଉପରେ ପ୍ରଚଣ୍ଡ ହମ୍‌ଲା କରିବା ଏହି ଡ୍ରୋନ୍‌ । ୪୦ କିଲୋ ଓଜନର ଯୁଦ୍ଧାସ୍ତ୍ର ମଧ୍ୟ ପହଞ୍ଚାଇ ପାରିବ। ଚୀନ୍‌-ତାଇଓ୍ଵାନ ଯୁଦ୍ଧ ହେଲେ ଏହି ଡ୍ରୋନ୍‌ ବଡ଼ ଭୂମିକା ନେବ ବୋଲି କୁହାଯାଉଛି।
ସେପଟେ ଚୀନ୍‌କୁ ମୁହାଁଇବ ଜାପାନ କ୍ଷେପଣସ୍ତ୍ର। ଚମରବାଣୀ ଶୁଣାଇଛି ଟୋକିଓ । ଚୀନ୍‌ ପାଇଁ ୧ ହଜର ଲଙ୍ଗ୍‌ ରେଞ୍ଜ୍‌ କ୍ରୁଜ୍‌ ମିସାଇଲ ମୁତୟନ କରିବ ଜାପାନ।

ଏସବୁ କ୍ଷେପଣାସ୍ତ୍ର ୧୦୦ ରୁ ୧ ହଜାର କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ । ନାନ୍‌ସେଇ ଆଇଲ୍ୟାଣ୍ଡରେ ମୁତୟନ ହେବ ଏହି ଲଙ୍ଗ୍‌ ରେଞ୍ଜ୍‌ କ୍ଷେପଣାସ୍ତ୍ର। ଯୁଦ୍ଧ ଜାହାଜ ଓ ଏୟାରକ୍ରାଫ୍‌ଟରୁ ଫାୟାର କରିବ ଜାପାନ । ଉତ୍ତର କୋରିଆ ଓ ଚୀନ୍‌ର ଉପକୂଳ ଅଞ୍ଚଳକୁ ହିଟ୍‌ କରିବ ମିସାଇଲ। ଚୀନ୍‌ ପଟୁ ବିପଦ ଥିବାରୁ ପ୍ରତିଆକ୍ରମଣ କ୍ଷମତା ବଢ଼ାଇବାକୁ ଯୋଜନା କରିଛି ଜାପାନ । ନାନ୍‌ସୀ ପେଲୋସି ଫେରିବା ପରେ ଆଞ୍ଚଳିକ ଉତ୍ତେଜନା ବୃଦ୍ଧି ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.