ବନ୍ୟାରେ ବେହାଲ ଉତ୍ତର ଭାରତ, ବହୁ ସ୍ଥାନରେ ଭୂସ୍ଖଳନ ଯୋଗୁ ଯାତାୟାତ ବାଧା ପ୍ରାପ୍ତ

ନୂଆଦିଲ୍ଳୀ : ବନ୍ୟାରେ ବେହାଲ ହୋଇଛି ଉତ୍ତର ଭାରତର ସ୍ଥିତି । ଦେଶରେ ଅନେକ ରାଜ୍ୟରେ ବନ୍ୟା ଓ ଭୁସ୍ଖଳନ । ପ୍ରବଳ ବର୍ଷା ଯୋଗୁ ବହୁ ସ୍ଥାନରେ ଭୂସ୍ଖଳନ ହୋଇଥିବାରୁ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି । ଉତ୍ତରାଖଣ୍ଡ ମୋହନଛତି ଜିଲ୍ଲାରେ ଏକ ରିସର୍ଟରେ ଫସିଥିବା କିଛି ଲୋକଙ୍କୁ ଉଦ୍ଧାର କରିଛି SDRF ଟିମ୍ ।

ବହୁ ସ୍ଥାନରେ ଲୋକ ଫସିରହିଥିବାବେଳେ କିଛି ଲୋକ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ସହ ଅତ୍ୟାବଶକୀୟ ସାମଗ୍ରୀ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି। ହିମାଚଳ ପ୍ରଦେଶରେ ଲଗାତର ବର୍ଷା ଲାଗି ମଧ୍ୟ ସ୍ଥିତି ଚିନ୍ତାଜନକ ରହିଛି । ଅନେକ ଲୋକ ଏବେବି ପାଣିଘେରରେ ଥିବା ସୂଚନା ରହିଛି ।

ଯେଉଁମାନଙ୍କୁ ଉଦ୍ଧାର ଲାଗି ପ୍ରଶାସନ ଉଦ୍ୟମ ଜାରି ରଖିଛି । ଖାସ୍ କରି ପାହାଡିଆ ଅଞ୍ଚଳମାନଙ୍କରେ ଲଗାତର ବର୍ଷା ଓ ଭୁସ୍ଖଳନ ଲାଗି ଅନେକ ଲୋକ ନିଜ ବାସସ୍ଥାନ ହରାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.