Below header

ଅଟୋକୁ ଧକ୍କା ଦେଲା ଟ୍ରକ: ଜଣେ ମୃତ, ଦୁଇ ଗୁରୁତର

ଅଟୋକୁ ଧକ୍କା ଦେଇ ଫେରାର ମାରିଲା ଟ୍ରକ । ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ବୌଦ୍ଧ ଜିଲ୍ଲା ଜାତୀୟ ରାଜପଥ ୫୭ ପୁରୁଣାକଟକ ନୂଆ ବସ୍‌ ଷ୍ଟାଣ୍ଡ ସାମ୍ନାରେ ଏହି ଦୁର୍ଘଟଣା ଘଟିଛି ।

ବୌଦ୍ଧ (କେନ୍ୟୁଜ): ଅଟୋକୁ ଧକ୍କା ଦେଇ ଫେରାର ମାରିଲା ଟ୍ରକ । ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ବୌଦ୍ଧ ଜିଲ୍ଲା ଜାତୀୟ ରାଜପଥ ୫୭ ପୁରୁଣାକଟକ ନୂଆ ବସ୍‌ ଷ୍ଟାଣ୍ଡ ସାମ୍ନାରେ ଏହି ଦୁର୍ଘଟଣା ଘଟିଛି । ଅଟୋରେ ବସିଥିବା ଜଣେ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ହେଲେ ସୁଡରୁକୂମ୍ପା ଗ୍ରାମର ସିମାଞ୍ଚଲ ଜାନି । ଘଟଣାସ୍ଥଳରେ ପୁରୁଣାକଟକ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

ଖବର ଅନୁଯାୟୀ, ଫୁଲବାଣୀ ଜିଲ୍ଲା ସୁଡରୁକୂମ୍ପା ଗାଁର ତିନି ଜଣ ବୌଦ୍ଧରୁ କୌଣସି ଏକ କାର୍ଯ୍ୟ ସାରି ନିଜ ଗାଁକୁ ଫେରୁଥିଲେ । ଏହି ସମୟରେ ବୌଦ୍ଧ ରୁ ଭୁବନେଶ୍ୱର ପଟକୁ ଯାଉଥିବା ଏକ ମାଲ୍ ବୋଝେଇ ଟ୍ରକଟି ଅଟୋକୁ ପଛ ପଟୁ ଧକ୍କା ଦେଇ ଫେରାର ମାରିଥିଲେ। ଫଳରେ ଘଟଣାସ୍ଥଳରେ ଅଟୋରେ ଥିବା ଜଣେ ଯାତ୍ରୀ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପୁରୁଣା କଟକ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ପୁରୁଣା କଟକ ପୋଲିସ ଶବ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.