ରାଜଧାନୀକୁ ପୁଣି ଫେରିଲା ପଥୋତ୍ସବ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନାଚ, ଗୀତରେ ଦୁଲୁକୁଛି ରାଜପଥ

ପୁଣି ଫେରିଲା ପଥୋତ୍ସବ । ଭୁବନେଶ୍ବରରେ ଆଜିଠୁ ପାଳିତ ହେଉଛି ପଥୋତ୍ସବ । ନୂଆ ରଙ୍ଗ ଓ ରୂପରେ ଶୀତକୁ ସ୍ବାଗତ କରି ରାଜଧାନୀକୁ ଫେରିଛି ପଥୋତ୍ସବ । ମାଷ୍ଟରକ୍ୟାଣ୍ଟିନ ଛକରୁ ରାମ ମନ୍ଦିର ଯାଏଁ ଲାଗିଛି ଭିଡ ।

ଭୁବନେଶ୍ବର (କେନ୍ୟୁଜ): ପୁଣି ଫେରିଲା ପଥୋତ୍ସବ । ଭୁବନେଶ୍ବରରେ ଆଜିଠୁ ପାଳିତ ହେଉଛି ପଥୋତ୍ସବ । ନୂଆ ରଙ୍ଗ ଓ ରୂପରେ ଶୀତକୁ ସ୍ବାଗତ କରି ରାଜଧାନୀକୁ ଫେରିଛି ପଥୋତ୍ସବ । ମାଷ୍ଟରକ୍ୟାଣ୍ଟିନ ଛକରୁ ରାମ ମନ୍ଦିର ଯାଏଁ ଲାଗିଛି ଭିଡ । ମାଷ୍ଟରକ୍ୟାଣ୍ଟିନ ଛକରେ ମୁଖ୍ୟ ମଞ୍ଚ ରହିଥିବା ବେଳେ ରାମମନ୍ଦିର ନିକଟରେ ରହିଛି ଦ୍ବିତୀୟ ମଞ୍ଚ । ନାଚ, ଗୀତ, ଝୋଟି, ଯୋଗ, ସ୍କେଟିଂ , ସାଇକେଲିଂ ଆଦି ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି ।

ସକାଳ ୬ଟା ୩୦ରୁ ୯.୩୦ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ । ଏଥିରେ ଅଂଶଗ୍ରହଣ କରିବାକୁ ବିଭିନ୍ନ ସ୍କୁଲ, କଲେଜ, କ୍ରୀଡା ସଂଗଠନ, କଶାକାର ପ୍ରମୁଖଙ୍କୁ ଆମନ୍ତ୍ରଣ କରାଯାଇଛି । ଚଳିତ ବର୍ଷ ୩ଟି ଜୋନରେ ପଥୋତ୍ସବ ଅନୁଷ୍ଠିତ ହେବ । ଜନୁଆରୀ ୭ ଏବଂ ୨୧ରେ ଅନ୍ୟ ୨ଟି ଜୋନରେ ଏବି ଉତ୍ସବ ନୁଷ୍ଠିତ ହେବ ବୋଲି କହିଛନ୍ତି କମିଶନର ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.