Below header

ସୁନା ଗହଣା ଦୋକାନରେ ଦିନଦ୍ବିପହରରେ ଡକାୟତ ଉଦ୍ୟମ

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ମଧ୍ୟରେ ଥିବା କୈଳାସ ସୁନା ଗହଣା ଦୋକାନରେ ଦିନଦ୍ବିପହରରେ ଡକାୟତ ଉଦ୍ୟମ l ହେଲେ ଡକାୟତମାନେ ଲୁଟ କରିବାରେ ବିଫଳ ହୋଇଛନ୍ତି।

 ନୂଆପଡ଼ା(କେନ୍ୟୁଜ):  ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ମଧ୍ୟରେ ଥିବା କୈଳାସ ସୁନା ଗହଣା ଦୋକାନରେ ଦିନଦ୍ବିପହରରେ ଡକାୟତ ଉଦ୍ୟମ l ହେଲେ ଡକାୟତମାନେ ଲୁଟ କରିବାରେ ବିଫଳ ହୋଇଛନ୍ତି। ଆଜି ଅପରାହ୍ନ 3ଘଣ୍ଟା ସମୟରେ ତିନିଜଣ ବ୍ୟକ୍ତି ମୁହଁରେ କନା ବାନ୍ଧି ନୀଳ ରଙ୍ଗର ଏକ ବାଇକରେ ଆସିଥିଲେ।

ବାଇକ ଆରୋହୀ ଧାରୁଆ ଅସ୍ତ୍ର ଓ ଦେଶୀ ବନ୍ଧୁକ ଦେଖାଇ ଡକାୟତ ଉଦ୍ୟମ, କରିଥିଲେ। ଦୋକାନୀ ଜଣକ ଚିତ୍କାର କରିବା ସହ ନିଜ ଘରୁ ବନ୍ଧୁକ ଆଣିବାକୁ ଯାଇଥିବା ବେଳେ ତିନିଜଣ ଡକାୟତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ଏହି ତିନିଜଣ ଡକାୟତ ବାଇକ ଯୋଗେ ଖଡ଼ିଆଳ ଆଜାଦ ଛକ ପଟୁ ଆସି ସିନାପାଲି ପଟେ ଫେରାର ହୋଇଥିବା ଜଣାପଡ଼ିଛି। ଖଡ଼ିଆଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି କ୍ୟାମେରା ଯାଞ୍ଚ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.