Below header

ଶାରଳା ମନ୍ଦିରକୁ ମୋବାଇଲ ଓ ପଲିଥିନ୍‌ ମନା, ବେଢା ଭିତରେ ଫଟୋ ଉଠାଇ ପାରିବେନି ଭକ୍ତ

ଶାରଳା ମନ୍ଦିରକୁ ମୋବାଇଲ ଓ ପଲିଥିନ୍‌ ମନା । ବେଢା ଭିତରେ ଫଟୋ ଉଠାଇ ପାରିବେନି ଭକ୍ତ । ଜଗତସିଂହପୁର ଜିଲ୍ଲା ଝଙ୍କଡ଼ସ୍ଥିତ ବାଗଦେବୀ ମା ଶାରଳା ମନ୍ଦିର ପ୍ରଶାସନ ପକ୍ଷରୁ କଟକଣା ଲାଗୁ ହୋଇଛି।

 ଜଗତସିଂହପୁର(କେନ୍ୟୁଜ):  ଶାରଳା ମନ୍ଦିରକୁ ମୋବାଇଲ ଓ ପଲିଥିନ୍‌ ମନା । ବେଢା ଭିତରେ ଫଟୋ ଉଠାଇ ପାରିବେନି ଭକ୍ତ । ଜଗତସିଂହପୁର ଜିଲ୍ଲା ଝଙ୍କଡ଼ସ୍ଥିତ ବାଗଦେବୀ ମା ଶାରଳା ମନ୍ଦିର ପ୍ରଶାସନ ପକ୍ଷରୁ କଟକଣା ଲାଗୁ ହୋଇଛି। ନୂଆ ନିୟମ ଅନୁସାରେ ମାଆଙ୍କର ମଝିଦେଉଳ ଓ ଗର୍ଭଗୃହ ଭିତରକୁ ମୋବାଇଲ ନେବା ଓ ଫଟୋ ଉଠାଇବା ନିଷେଧ ହୋଇଛି।

ବେଢ଼ା ଭିତରେ ଫଟୋ ଉଠାଇ ପାରିବେ ନାହିଁ ଭକ୍ତ । ଏହାଛଡା ସେବାୟତଙ୍କ ପାଇଁ ମଧ୍ୟ କଟକଣା ଲାଗୁ କରିଛି ମନ୍ଦିର ପ୍ରଶାସନ । ଭକ୍ତମାନଙ୍କୁ ଅଧିକା ପ୍ରଶ୍ନ ପଚାରି ହଇରାଣ କରିପାରିବେନି । ଗର୍ଭଗୃହ ଭିତରକୁ ଶ୍ରଦ୍ଧାଳୁଙ୍କୁ ପ୍ରବେଶ କରାଇ ପାରିବେନି ସେବାୟତ ।

ଦକ୍ଷିଣାକୁ ନେଇ ମଧ୍ୟ ଜୁଲମ କି ଦୁର୍ବ୍ୟବହାର କରିପାରିବେ ନାହିଁ । ସେଭଳି ଅଭିଯୋଗ ଆସିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ବ୍ରତ ହୋଇ ନଥିବା ସେବାୟତମାନଙ୍କ ପାଇଁ ନୀତିକାନ୍ତି ବାରଣ କରାଯାଇଛି । ଅବିବାହିତ ସେବାୟତମାନେ ମନ୍ଦିର ଗର୍ଭଗୃହକୁ ପ୍ରବେଶ କରି ପାରିବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.