ଭୁବନେଶ୍ୱରରୁ ଡକାୟତି ଗ୍ୟାଙ୍ଗ ଗିରଫ, ଏକ କିଲୋ ସୁନା ଓ ନଗଦ ତିନିଲକ୍ଷ ଟଙ୍କା ଜବତ

ବଡ଼ ଡକାୟତ ଗ୍ୟାଙ୍ଗର ତିନି ସଦସ୍ୟଙ୍କୁ ଗିରଫ କଲା କମିସନରେଟ ପୋଲିସ। ସେମାନଙ୍କ ଠାରୁ ଚୋରି ସାମଗ୍ରୀ କିଣୁଥିବା ଜଣେ ଲୋକକୁ ମଧ୍ୟ ଗିରଫ କରାଯାଇଛି।

ଭୁବନେଶ୍ୱର : ଭୁବନେଶ୍ୱରରୁ ଡକାୟତି ଗ୍ୟାଙ୍ଗ ଗିରଫ। ବଡ଼ ଡକାୟତ ଗ୍ୟାଙ୍ଗର ତିନି ସଦସ୍ୟଙ୍କୁ ଗିରଫ କଲା କମିସନରେଟ ପୋଲିସ। ସେମାନଙ୍କ ଠାରୁ ଚୋରି ସାମଗ୍ରୀ କିଣୁଥିବା ଜଣେ ଲୋକକୁ ମଧ୍ୟ ଗିରଫ କରାଯାଇଛି। ସେମାନଙ୍କ ପାଖରରୁ ଏକ କିଲୋ ସୁନା, ଦେଢ କିଲୋ ରୁପା ଓ ନଗଦ ତିନିଲକ୍ଷ ୨୫ହଜାର ଟଙ୍କା ଜବତ ହୋଇଛି।

ଗିରଫ ତିନି ଡକାୟତ ଶୁଭ୍ରକାନ୍ତ ବେହେରା, ବିଶ୍ୱଜିତ ଦାସ, ମଧୁସୂଦନ ମହାନ୍ତି। ଗତ ୨ମାସ ମଧ୍ୟରେ ଭୁବନେଶ୍ବରରେ ପାଞ୍ଚଟି ଡକାୟତି ମାମଲାରେ ସଂପୃକ୍ତ ଅଛନ୍ତି। ସେହିପରି ପୁରୀରେ ୩ଟି ଓ ଭଦ୍ରକରେ ଗୋଟିଏ ଡକାୟତି ମାମଲା ରହିଛି। ସେମାନଙ୍କୁ ରିମାଣ୍ଡରେ ଆଣି କମିସନରେଟ ପୋଲିସ ଅଧିକ ପଚରାଉଚରା କରିବ ବୋଲି ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.