ଗୁଗଲ୍ ପେ ରୁ କେମିତି ଡିଲିଟ୍‌ କରିବେ ଟ୍ରାନଜାକ୍ସନ ହିଷ୍ଟ୍ରି ? ଜାଣନ୍ତୁ ଷ୍ଟେପ୍‌ ବାଏ ଷ୍ଟେପ୍‌ ପ୍ରୋସେସ୍‌

ଅଧିକ ପେମେଣ୍ଟ ହେଉଥିବାରୁ ଟ୍ରନଜାକ୍ସନର ଏକ ଲମ୍ବା ଲିଷ୍ଟ ହୋଇଯାଏ, ଏବଂ ବେଳେବେଳେ ଆବଶ୍ୟକ ପେମେଣ୍ଟ ID ଖୋଜିବା କଷ୍ଟକର ହୋଇଯାଏ । ତେଣୁ ଆଜି ଆମେ ଆପଣଙ୍କୁ ଗୁଗଲ୍ ପେ ହିଷ୍ଟ୍ରି ଡିଲିଟ୍‌ କରିବାର ଉପାୟ ଜଣାଇବୁ ।

ଭାରତର ଲକ୍ଷ ଲକ୍ଷ ଲୋକ ଗୁଗଲ୍ ପେ ବ୍ୟବହାର କରୁଛନ୍ତି । ଗୁଗଲ୍ ପେ ହେଉଛି ଏକ UPI ବେସଡ୍‌ ଡିଜିଟାଲ୍ ପେମେଣ୍ଟ ଆପ୍ । ଯାହା ଦ୍ୱାରା ଆପଣ UPI ID, ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପେମେଣ୍ଟ କରିପାରିବେ । ଏହା ବ୍ୟତୀତ ଆପଣ ଗୁଗଲ୍ ପେ ମାଧ୍ୟମରେ ଗ୍ୟାସ୍ ବିଲ୍, ଇଲେକ୍ଟ୍ରିକ୍‌ ବିଲ୍ ଏବଂ କ୍ରେଡିଟ୍ କାର୍ଡ ବିଲ୍ ପେମେଣ୍ଟ ମଧ୍ୟ କରିପାରୁଛନ୍ତି । ଅଧିକ ପେମେଣ୍ଟ ହେଉଥିବାରୁ ଟ୍ରନଜାକ୍ସନର ଏକ ଲମ୍ବା ଲିଷ୍ଟ ହୋଇଯାଏ, ଏବଂ ବେଳେବେଳେ ଆବଶ୍ୟକ ପେମେଣ୍ଟ ID ଖୋଜିବା କଷ୍ଟକର ହୋଇଯାଏ । ତେଣୁ ଆଜି ଆମେ ଆପଣଙ୍କୁ ଗୁଗଲ୍ ପେ ହିଷ୍ଟ୍ରି ଡିଲିଟ୍‌ କରିବାର ଉପାୟ ଜଣାଇବୁ । ପେମେଣ୍ଟ ହିଷ୍ଟ୍ରି ଡିଲିଟ୍‌ କରିବା ପ୍ରୋସେସ ବିଷୟରେ ଆସନ୍ତୁ ଜାଣିବା ।

. ଆପଣଙ୍କ ଫୋନରେ ଗୁଗଲ୍ ପେ ଆପ୍ ଖୋଲନ୍ତୁ ।
. ଏହା ପରେ ପ୍ରୋଫାଇଲ୍ ଆଇକନ୍ ଉପରେ କ୍ଲିକ୍ କରନ୍ତୁ ।
. ବର୍ତ୍ତମାନ ତଳକୁ ସ୍କ୍ରୋଲ୍ କରନ୍ତୁ ଏବଂ ସେଟିଂକୁ ଯାଆନ୍ତୁ ।
. ପରେ ପ୍ରାଇଭେସୀ ଏବଂ ସେଫ୍ଟି ଅପ୍ସନ ଉପରେ କ୍ଲିକ୍ କରନ୍ତୁ ।
. ଏହା ପରେ ଡାଟା ଏବଂ ପର୍ସନାଲାଇଜେସନ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ।
. ବର୍ତ୍ତମାନ ଗୁଗଲ୍ ଆକାଉଣ୍ଟ୍ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।
. ଏହା ପରେ ଆପଣଙ୍କର Gmail ID ଦ୍ୱାରା ଲଗ୍ଇନ୍ କରନ୍ତୁ ।
. ବର୍ତ୍ତମାନ ପେମେଣ୍ଟ ଏବଂ ସବସ୍କ୍ରିପସନ୍ ଟ୍ୟାବ୍ ଉପରେ ଟ୍ୟାପ୍ କରନ୍ତୁ ।
. ପରେ ମ୍ୟାନେଜ୍‌ ଏକ୍ସପେରିଏନ୍ସ ଉପରେ କ୍ଲିକ୍ କରନ୍ତୁ ।
. ବର୍ତ୍ତମାନ ଆପଣ ଏଠାରୁ ଏକରୁ ଅଧିକ ଟ୍ରାନଜାକ୍ସନ ହିଷ୍ଟ୍ରିକୁ ଡିଲିଟ୍‌ କରି ପାରିବେ ।
. ପେମେଣ୍ଟ ଟ୍ରାନଜାକ୍ସନ ଏବଂ ଆକ୍ଟିଭିଟି ସେକ୍ସନରୁ ଆପଣ ଏକାସାଙ୍ଗରେ ପୁରା ପେମେଣ୍ଟ ହିଷ୍ଟ୍ରି ଡିଲିଟ୍‌ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.