ଦ୍ରୁତଗତି ଟ୍ରେନରେ ଚଢିବାକୁ ଚେଷ୍ଟା କରି ଫସିଥିଲେ ଯୁବକ, ମରଣ ମୁହଁରୁ ଟାଣି ଆଣିଲେ RPF କନଷ୍ଟେବଳ

ଯାଜପୁରରୋଡ଼(କେନ୍ୟୁଜ୍): ଦେବଦୂତ ସାଜିଲେ RPF କନଷ୍ଟେବଳ । ଯାତ୍ରୀଙ୍କୁ ମରଣ ମୁହଁରୁ ଟାଣି ଆଣିଲେ କନଷ୍ଟେବଳ ଲାଲବିହାରୀ ରାମ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁରରୋଡ଼ ରେଳ ଷ୍ଟେସନରେ । ସୂଚନା ଅନୁଯାୟୀ, ଷ୍ଟେସନରୁ ଧଉଳୀ ଏକ୍ସପ୍ରେସ ଛାଡୁଥିବା ବେଳେ ଜଣେ ଯୁବକ ଚଢିବାକୁ ଚେଷ୍ଟା କରିଥିଲେ । ଟ୍ରେନ ଦ୍ରୁତ ଗତିରେ ଥିବାରୁ ପ୍ଲାଟଫର୍ମ ଓ ଟ୍ରେନ ମଝିରେ ଫସି ଯାଇଥିଲେ ଯୁବକ । କିଛି ବାଟ ଟ୍ରେନ୍‌ ହ୍ୟାଣ୍ଡେଲ୍‌ ଧରି ଘୁଷୁରି ଯାଇଥିଲେ । ଏହି ସମୟରେ ଦେବଦୂତ ସାଜି ଆରପିଏଫ କନଷ୍ଟେବଳ ଲାଲବିହାରୀ ରାମ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ।

ନିଜେ ଦୌଡି ଯିବା ସହ କିଛି କର୍ମଚାରୀଙ୍କୁ ଟ୍ରେନ୍‌ ଅଟକାଇବାକୁ କହିଥିଲେ । ତାଙ୍କ ଉଦ୍ୟମକ୍ରମେ ଯୁବକଙ୍କୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ହୋଇଥିବା ଯାତ୍ରୀ ଜଣକ ହେଲେ ସ୍ଥାନୀୟ ରଗଡି ଅଞ୍ଚଳର ସାଗର କୁମାର ପାତ୍ର । ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି । ଏନେଇ ଆରପିଏଫ କନଷ୍ଟେବଳଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି । ସମ୍ପୂର୍ଣ୍ଣ ଘଟଣାଟି ଷ୍ଟେସନରେ ଲାଗିଥିବା ସିିସିଟିଭିରେ କଏଦ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.