Below header

ମୃତ୍ୟୁ ମୁହଁରୁ ବୃଦ୍ଧାଙ୍କ ଜୀବନ ବଞ୍ଚାଇଲେ ଆରପିଏଫ୍ ଯବାନ

ଦେବଦୂତ ସାଜିଲେ RPF ଯବାନ । ମୃତ୍ୟୁ ମୁଖରୁ ରକ୍ଷା କଲେ ବୃଦ୍ଧାଙ୍କୁ । ଟିକେ ଭୁଲ ହୋଇଥିଲେ ଚାଲି ଯାଇଥାନ୍ତା ବୃଦ୍ଧାଙ୍କ ଜୀବନ । ହେଲେ ଠିକ ସମୟରେ ଦେବଦୂତ ଭଳି RPF କର୍ମଚାରୀ ଆସି ବଞ୍ଚାଇଲେ ଜଣେ ବୃଦ୍ଧା ମାଙ୍କ ଜୀବନ ।

ଜଟଣୀ: ଦେବଦୂତ ସାଜିଲେ RPF ଯବାନ । ମୃତ୍ୟୁ ମୁଖରୁ ରକ୍ଷା କଲେ ବୃଦ୍ଧାଙ୍କୁ । ଟିକେ ଭୁଲ ହୋଇଥିଲେ ଚାଲି ଯାଇଥାନ୍ତା ବୃଦ୍ଧାଙ୍କ ଜୀବନ । ହେଲେ ଠିକ ସମୟରେ ଦେବଦୂତ ଭଳି RPF କର୍ମଚାରୀ ଆସି ବଞ୍ଚାଇଲେ ଜଣେ ବୃଦ୍ଧା ମାଙ୍କ ଜୀବନ । ଜଟଣୀ ଖୋର୍ଦ୍ଧା ରୋଡ଼ ଷ୍ଟେସନରେ ଏହି ଅଘଟଣ ଘଟୁ ଘଟୁ ଅଳ୍ପକେ ରହିଯାଇଛି। ପୁରୀ ଯିବା ପାଇଁ ଜଟଣୀ ଖୋର୍ଦ୍ଧା ରୋଡ଼ ଷ୍ଟେସନରେ ପହଞ୍ଚିଥିଲେ ୬୫ ବର୍ଷୀୟା ବୃଦ୍ଧା ଓ ତାଙ୍କ ପରିବାର ।

ଜଗାକୁ ଦର୍ଶନ କରିବାର ଉତ୍ସାହ କେତେ ତାହାତ ସମସ୍ତଙ୍କୁ ଜଣା । ବୃଦ୍ଧାଙ୍କ ମନରେ ବି ସେହି ଉତ୍ସାହ ଥିଲା । ଏମାନେ ଦୁର୍ଗ ପୁରୀ ଏକ୍ସପ୍ରେସରେ ଯାଇଥାନ୍ତେ ପୁରୀ ।
ଯେଉଁଥି ପାଇଁ ବୃଦ୍ଧା ଓ ତାଙ୍କ ପରିବାର ୪ ନମ୍ବର ପ୍ଲାଟଫମରେ ପହଁଚିଲା ବେଳକୁ ହଠାତ୍ ଟ୍ରେନଟି ଛାଡିଦେଇଥିଲା । ଯାହାଫଳରେ ସଭିଏଁ ଦୌଡିବାକୁ ଲାଗିଥିଲେ । ବୃଦ୍ଧାଙ୍କ ପରିବାର ଲୋକେ ସଭିଏଁ ଟ୍ରେନରେ ଚଢ଼ିଗଲେ, କିନ୍ତୁ ବୃଦ୍ଧା ଜଣଙ୍କ ଟ୍ରେନରେ ଚଢିପାରିନଥିଲେ । ବହୁ ଚେଷ୍ଟା କରିଥିଲେ ହେଲେ ସେହି ସମୟରେ ତାଙ୍କ ଗୋଡ଼ ଖସିଗଲା ।

jawan

ଥରେ ଭାବିଲେ ଚଳନ୍ତା ଟ୍ରେନରେ ଏଭଳି ବୁଢୀ ଦୌଡି ଦୌଡି ଚଢିବା କେତେ ବପଦଜ୍ଜନକ । ତେବେ ବୃଦ୍ଧା ଜଣଙ୍କ ପଡିଯାଇ ଟ୍ରେନ ଚକା ତଳକୁ ଖସିଯାଉଥିବା ସମୟରେ ସେଠାରେ ଡିଉଟି କରୁଥିବା RPF ASI ଜେ.କେ. ଆଚାର୍ଯ୍ୟ ଓ ହେଡ କନେଷ୍ଟବଳ M. Y. Rao ଦେବଦୂତ ସାଜି ଦୌଡି ଆସି ତୁରନ୍ତ ବୃଦ୍ଧା ଜଣଙ୍କ ଜୀବନ ବଞ୍ଚାଇ ଦେଇଥିଲେ । RPF ଯବାନଙ୍କ ସାହାସିକତା ପାଇଁ ଆଜି ବୃଦ୍ଧାଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଥିଲା । ଏହି ଘଟଣା ପରେ ପରିବାର ସହ ବରିଷ୍ଠ RPF ଅଫିସର ମାନେ ଦୁଇ ଯବାନଙ୍କୁ ପ୍ରଶଂସା କରିଛନ୍ତି ।

ତେବେ ଏଠାରେ ଆପଣ ସମସ୍ତଙ୍କୁ ବିଶେଷ ରୂପେ ସଚେତନ କରୁଛୁ କି, ଟ୍ରେନ୍ ରେ ଯାତ୍ରା କରିବା ସମୟରେ ଯଦି ଏଭଳି ଟ୍ରେନ୍ ଫେଲ୍ ଭଳି ପରିସ୍ଥିତି ସାମ୍ନାକୁ ଆସୁଛି ତେବେ ଏଭଳି ଜମାରୁ ରିସ୍କ ନିଅନ୍ତୁ ନାହିଁ, ଜୀବନ ବଞ୍ଚିଲେ ଆପଣ ଅନେକ ଟ୍ରେନ୍ ଯାତ୍ରାର ସୁଯୋଗ ପାଇବେ, ହେଲେ ଥରେ ଅକର୍ମଣ୍ୟ କମ୍ବା ଜୀବନ ଚାଲିଗଲେ ପରିସ୍ଥିତି କଣ ହେବ ତାହା ଆପଣାମାନଙ୍କୁ ଖୁବ୍ ଭଲ ଜଣା । ତେବେ ସଜାଗ ରୁହନ୍ତୁ ସତର୍କ ରୁହନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.