ରାଜଧାନୀରେ କଳା ପଲସର ଆତଙ୍କ: ସୁନା ଚେନ୍‌ ଛିଡାଇ ନେଇଥିବା ୩ ଲୁଟେରା ଗିରଫ

ରାଜଧାନୀରେ କଳା ପଲସର ଆତଙ୍କ। ଛିନ୍‌ତାଇ କରୁଥିବା ୩ ଲୁଟେରା ଗିରଫ। ତିନି ଜଣଙ୍କୁ କାବୁ କରିଛି କମିଶନରେଟ ପୋଲିସ । ଗିରଫ ତିନି ଲୁଟେରା ଶେଖ ସୋନୁ, ପିଣ୍ଟନ କୁମାର ଦଳାଇ ଓ ସାଜଦ ଖାନ ।

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ କଳା ପଲସର ଆତଙ୍କ। ଛିନ୍‌ତାଇ କରୁଥିବା ୩ ଲୁଟେରା ଗିରଫ। ତିନି ଜଣଙ୍କୁ କାବୁ କରିଛି କମିଶନରେଟ ପୋଲିସ । ଗିରଫ ତିନି ଲୁଟେରା ଶେଖ ସୋନୁ, ପିଣ୍ଟନ କୁମାର ଦଳାଇ ଓ ସାଜଦ ଖାନ । ସେମାନଙ୍କ ନିକଟରୁ ସୁନା ଚେନ ଓ ଲୁଟରେ ବ୍ୟବହୃତ ବାଇକକୁ ଜବତ କରିଛି ପୋଲିସ ।

ଗତ ୨୪ ତାରିଖରେ ପଳାଶୁଣି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ମ୍ୟାନେଜରଙ୍କ ବେକରୁ ସୁନା ଚେନ୍‌ ଛିଡାଇ ଫେରାର ହୋଇଯାଇଥିଲେ। ସେମାନେ ସହିଦନଗର ଅଞ୍ଚଳରେ ରହି କ୍ରାଇମ ସିଣ୍ଡିକେଟକୁ ଅପରେଟ କରୁଥିଲେ । ସେମାନଙ୍କୁ ଜେରା ଜାରି ରଖିଛି ପୋଲିସ । ଏହି ସିଣ୍ଡିକେଟ୍‌ରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ଛାନ୍‌ଭିନ୍‌ ଜାରି ରଖିଛି କମିଶନରେଟ୍‌ ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.