Below header

କାର୍‌ ଚାଳକକୁ ହେଲମେଟ୍‌ ପାଇଁ ଫାଇନ୍‌, ଜରିମାନା ହଜାରେ ଟଙ୍କା କଟିଲା ସମ୍ବଲପୁର ଜିଲ୍ଲା ପରିବାହନ ବିଭାଗ

ସମ୍ବଲପୁର(କେନ୍ୟୁଜ୍):  କାର୍‌ ଚାଳକକୁ ହେଲମେଟ୍‌ ପାଇଁ ଫାଇନ୍‌ । ଜରିମାନା କଟିଲା ହଜାରେ ଟଙ୍କା । ଚାଲାଣ କାଟିଲା ସମ୍ବଲପୁର ଜିଲ୍ଲା ପରିବାହନ ବିଭାଗ । ଗତକାଲି ଟ୍ରାଫିକ ଯାଞ୍ଚରେ ପଡିଥିଲେ ସମ୍ବଲପୁର ନନ୍ଦପଡ଼ାର ଚନ୍ଦ୍ର କୁମାର ବେହେରା । ନିଜ ପତ୍ନୀଙ୍କ ସହିତ କାରରେ ବୁର୍ଲା ଅଭିମୁଖେ ଯାଉଥିଲେ । ଫାର୍ମରୋଡ ରାଥାନାଥ କମ୍ୟୁନିଟି ସେଣ୍ଟର ଆଗରେ ଚେକିଂ ବେଳେ ତାଙ୍କ କାରକୁ ଅଟକା ଯାଇଥିଲା । ଏହାପରେ ବିନା ହେଲମେଟ୍‌ ପାଇଁ ତାଙ୍କ ଗାଡ଼ି ନମ୍ବରରେ ହଜାରେ ଟଙ୍କାର ଚାଲାଣ କାଟିଥିଲା ପୋଲିସ । ପରେ ଚନ୍ଦ୍ର କୁମାର ଜିଲ୍ଲା ପରିବହନ ବିଭାଗ କାର୍ଯ୍ୟାଳୟକୁ ଯାଇ ଫାଇନ୍‌ ଭରିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.