ଓଡିଶାର ସମସ୍ତ ଗ୍ରୁପ-୩ ସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର, ଏଣିକି ପଦନ୍ନତି ପାଇଁ ଦେବାକୁ ପଡିବନାହିଁ ସିସିଆର

କେନ୍ୟୁଜ୍(ବ୍ୟୁରୋ):  ଓଡିଶାର ସମସ୍ତ  ସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର। ଏଣିକି ରାଜ୍ୟର ଗ୍ରୁପ୍-୩ କର୍ମଚାରୀଙ୍କ ପଦୋନ୍ନତି ଲାଗି ସିସିଆର ଦରକାର ପଡ଼ିବନି ବୋଲି ନିଷ୍ପତ୍ତି ନିଇଛନ୍ତି  ରାଜ୍ୟସରକାର।  ପଦନ୍ନତି ପାଇବା ପାଇଁ କେବଳ ଉପରିସ୍ଥ ଅଧିକାରୀ ସୁପାରିଶ କଲେ ହୋଇଯିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି। ସିସିଆର ହେଉଛି  ସରକାରୀ କର୍ମଚାରୀଙ୍କର ଚରିତ୍ର  ପଞ୍ଜିକା ଯାହା ପ୍ରତିବର୍ଷ  ଉପରିସ୍ଥ ଅଧିକାରୀଙ୍କ  ନିକଟରେ ଦେବାକୁ ପଡିଥାଏ ।

 

ଏଥିପାଇଁ ଉପରିସ୍ଥ ଅଧିକାରୀ ରିପୋର୍ଟ ପ୍ରସ୍ତୁତ କରିଥାନ୍ତି | କିନ୍ତୁ ଏବେ ଏହା ଆଉ କରିବାକୁ  ପଡିବ  ନାହିଁ। ଅର୍ଥାତ ଗ୍ରୁପ ୩ କର୍ମଚାରୀଙ୍କ ପଦୋନ୍ନତି ପାଇଁ ସିସିଆର ଦେବାର ଆବଶ୍ୟକତା ନାହିଁ | ନିଜ ବିଭାଗର ବରିଷ୍ଠ ଅଧିକାରୀ କେବଳ ସୁପାରିଶ କରିଦେଲେ କର୍ମଚାରୀଙ୍କର ପଦୋନ୍ନତି ହୋଇଯିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.