Below header

କୋଭିଡ କଟକଣା ଭିତରେ ହେବ ରୁକୁଣା ରଥ ଯାତ୍ରା, ବିନା ଭକ୍ତରେ ଗଡିବ ରୁକୁଣା ରଥ

କେନ୍ୟୁଜ୍(ବ୍ୟୁରୋ):  ଏଥର ବିନା ଭକ୍ତରେ ଗଡିବ ରୁକୁଣା ରଥ। କୋଭିଡ କଟକଣା ଭିତରେ ରୁକୁଣା ରଥ ଯାତ୍ରା ହେବ । ରଥରେ ନିୟୋଜିତ ହେବାକୁ ଥିବା ସେବାୟତଙ୍କର ଆଜିଠୁ ସେମାନଙ୍କର କୋଭିଡ ଟେଷ୍ଟ କରାଯାଉଛି। ଆଜି ଓ ଆସନ୍ତାକାଲି ଦୁଇଦିନ କୋଭିଡ ଟେଷ୍ଟ କରାଯିବ । ରଥ ଟାଣିବା ଓ ରଥ ଉପରେ ବସିବାକୁ ଥିବା ସବୁ ସେବାୟତଙ୍କ କୋଭିଡି ପରୀକ୍ଷା କରାଯାଉଛି ।

ଯାହାର ପଜିଟିଭ ବାହାରିବ ସେମାନେ ରଥଯାତ୍ରାରେ ଅଂଶଗ୍ରହଣ କରିପାରିବେ ନାହିଁ। ସେପଟେ ମହାରଣା ସେବାୟତ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ପ୍ରସ୍ତୁତି କରିବା ପାଇଁ ଲାଗି ପଡିଛନ୍ତି । ଚଳିତ ବର୍ଷ ଭକ୍ତ ସୋସିଆଲ ମିଡ଼ିଆ ମାଧ୍ୟମରେ ଦେଖିବେ ରଥଯାତ୍ରା। ଆସନ୍ତା ୨୦ ତାରିଖ ଆଶୋକାଷ୍ଟାମୀରେ ହେବ ରୁକୁଣା ରଥ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.