Below header

ଲଗାଣ ବର୍ଷାରେ ଭାଙ୍ଗିଗଲା ମାଟିକାନ୍ଥ ଖପରା ଘର, ପଲିଥିନ ତଳେ ୪ କୁନିପିଲାଙ୍କ ସହ ବିତୁଛି ଜୀବନ

ଝରି ବର୍ଷାରେ ଖୋଲା ଆକାଶ ତଳେ ବିତୁଛି ୬ ପ୍ରାଣୀ ଜୀବନ । ମାଟିରେ ପଡ଼ି ରହିଛି ଚାଳ ଛପର ସାଙ୍ଗକୁ ଖପରା । ଘରଟି ସମ୍ପୂର୍ଣ୍ଣ ମାଟିରେ ମିଶି ଯାଇଛି । ଜିନିଷ ସବୁ ନଷ୍ଟ ହୋଇଯାଇଛି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି କୁଚିଣ୍ଡା ବ୍ଲକ ଶ୍ରଦ୍ଧାପାଲି ଗାଁରେ ।

କୁଚିଣ୍ଡା(କେନ୍ୟୁଜ୍): ମାଟିକାନ୍ଥ ଖପରା ଘରେ ରହୁଥିଲେ ପରିବାର । ସ୍ବାମୀ ସ୍ତ୍ରୀ ଓ ୪ କୁନିକୁନି ପିଲା । ଯାହା ରୋଜଗାର ହେଉଥିଲା ଖୁସିରେ ଚଳୁଥିଲେ । ଦଇବ କିନ୍ତୁ ସହି ପାରିଲାନି ସେତକ ବି ଭାଙ୍ଗି ଦେଲା । ଏପରି ଝରି ବର୍ଷାରେ ଖୋଲା ଆକାଶ ତଳେ ବିତୁଛି ୬ ପ୍ରାଣୀ ଜୀବନ । ମାଟିରେ ପଡ଼ି ରହିଛି ଚାଳ ଛପର ସାଙ୍ଗକୁ ଖପରା । ଘରଟି ସମ୍ପୂର୍ଣ୍ଣ ମାଟିରେ ମିଶି ଯାଇଛି । ଘର ଭିତରେ ଖାଇବା ପାଇଁ ଯାହା କିଛିବି ଚାଉଳ ଟିକକ ଥିଲା ସେ ବି ନଷ୍ଟ ହୋଇ ଯାଇଛି । ଏହାସହ ଯେତେକ ଦରବ ସବୁ ନଷ୍ଟ ହୋଇ ଯାଇଛି । ଗରିବ ପରିବାର । ସବୁତ ନଷ୍ଟ ହୋଇଯାଇଛି ଏବେ କିପରି ଚଳିବେ ଓ ପିଲାଙ୍କ ମୁହଁରେ କିପରି ଆହାର ଦେବେ ସେ ଚିନ୍ତାରେ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି କୁଚିଣ୍ଡା ବ୍ଲକ ବକ୍ସମା ପଞ୍ଚାୟତ ଶ୍ରଦ୍ଧାପାଲି ଗାଁରେ ।

ଗାଁର ଚନ୍ଦନ ନାଏକଙ୍କ ଗୋଟିଏ ବୋଲି ମାଟିରେ ତିଆରି ଖପରା ଘର ଲଗାଣ ବର୍ଷାରେ ମାଡ଼ି ବସିଛି । ଘର ସମେତ ଘର ଭିତରେ ଥିବା ଜିନିଷ ସବୁ ନଷ୍ଟ ହୋଇ ଯାଇଛି । ପଡ଼ିଶା ଘର ପିଲା ମାନଙ୍କୁ ଖାଇବାକୁ ଟିକେ ଦେଉଛନ୍ତି । ଇଟା ଗଦାକୁ ସାହାରା କରି ବାଉଁଶ ସାହାଯ୍ୟରେ ଜରିବସ୍ତା ସାଙ୍ଗକୁ ପଲିଥିନ ଟଙ୍ଗା ହୋଇଛି । ସେଇଠି ରୋଷେଇ, ସେଇଠି ଶୋଇବା । ବର୍ଷା ଦିନେ ଏପରି ବି କିପରି ରହିବେ । ଯଦି ଟିକିଏ ଜୋରରେ ବର୍ଷାହୁଏ ଏହାରି ଭିତରେ ବି ପାଣି ପଶିବ । ପବନ ହେଲେତ ଇଏ ବି ନଷ୍ଟ ହୋଇଯିବ । କହିବାକୁ ଗଲେ ଏପରି ବର୍ଷାରେ ଖୋଲା ଆକାଶ ତଳେ ଜୀବନ ବିତେଇବାକୁ ବାଧ୍ୟ ହେଉଛନ୍ତି ।

ଲଗାଣ ବର୍ଷାରେ ଭୋରରୁ ଭାଙ୍ଗି ଯାଇଥିଲା ମାଟିଘର । ଘର ଭିତରେ ରହିଥିଲେ ସ୍ବାମୀ, ସ୍ତ୍ରୀ ଓ ୪ କୁନିକୁନି ପିଲା । ତାଙ୍କ ଉପରେ ମାଡ଼ି ବସିଥିଲା ଖପରା । ପଡ଼ିଶାଙ୍କ ସହାୟତାରେ ବହୁ କଷ୍ଟରେ ଘର ଭିତରୁ ବାହାରି ଆସିଥିଲେ । ନିଜେ ସିନା ବଞ୍ଜିଗଲେ ଘର ଭିତରେ ଥିବା ଜିନିଷ ତଥା ଚାଉଳ ସବୁ ନଷ୍ଟ ହୋଇଗଲା । ଗରିବ ପରିବାର ହୋଇଥିବାରୁ ପୁଣି ଏସବୁ ଯୋଗାଡ଼ କରିବା ସେତେଟା ସମ୍ଭବ ନୁହେଁ । ଭୋକ ଉପାସରେ ରହୁଛନ୍ତି । ମାଗିଜାଚି ପଲିଥିନ ତଲେ ବହୁ କଷ୍ଟରେ ରୋଷେଇ କରୁଛନ୍ତି । ସେଇଠି ଖାଉଛନ୍ତି ସେଇଠି ଶୋଉଛନ୍ତି । ପଲିଥିନ ପାଲଟିଛି ସାହାରା । ଶୀଘ୍ର ସରକାରୀ ସହାୟତା ଯୋଗାଇଦେଲେ ଏହି ପରିବାର ଭଲରେ ଟିକେ ରହିପାରିବେ ଓ ଖାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.