Below header

ସଲମାନଙ୍କୁ ପୁଣି ହତ୍ୟା ଧମକ, କାନାଡାରେ ରହୁଥିବା ଗୋଲ୍ଡି ବ୍ରାର ଦେଲା ଧମକ

ବଲିଉଡର ଭାଇଜାନ ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ ଦେଇଛି ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର । ସୁଯୋଗ ମିଳିଲେ ସଲମାନକୁ ନିଶ୍ଚିତ ମାରିବୁ ବୋଲି ଏକ ଇଣ୍ଟରଭ୍ୟୁରେ କହିଛି ଗୋଲ୍ଡି ବ୍ରାର । ଧମକ ମିଳିବା ପରେ ସଲମାନଙ୍କ ସୁରକ୍ଷା ବଢାଇ ଦିଆଯାଇଛି ।

ବଲିଉଡ ଭାଇଜାନ ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ । ଧମକ ଦେଇଛି କାନାଡାରେ ରହୁଥିବା ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର । ସଲମାନଙ୍କୁ ନିଶ୍ଚିନ୍ତ ମାରିବୁ ବୋଲି କହିଛି ଗୋଲ୍ଡି ବ୍ରାର । ଇଣ୍ଟରପୋଲ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ବିରୋଧରେ ରେଡ କର୍ନର ନୋଟିସ ଜାରି କରିଛି । ପୂର୍ବରୁ ଏମିତି ଧମକ ସଲମାନ ଖାନଙ୍କୁ ମିଳିସାରିଛି । ଯାହା ପରେ ତାଙ୍କ ସୁରକ୍ଷା ବଢାଇ ଦିଆଯାଇଥିଲା ।

ଏକ ଟିଭି ଚ୍ୟାନେଲରେ ଗୋଲ୍ଡି ବ୍ରାର ଇଣ୍ଟରଭ୍ୟୁ ଦେଇ କହିଛନ୍ତି, ସଲମାନ ଖାନ ଆମ ଟାର୍ଗେଟରେ । ସୁଯୋଗ ମିଳିଲେ ନିଶ୍ଚିତ ମାରିବୁ । ସଲମାନ ଖାନ ୧୯୯୮ ମସିହାରେ କୃଷ୍ଣକାୟ ମୃଗକୁ ହତ୍ୟା କରିଥିଲେ । କୃଷ୍ଣକାୟ ମୃଗକୁ ବିଷ୍ଣୋଇ ସମ୍ପ୍ରଦାୟ ପବିତ୍ର ମାନିଥାଏ । ତେଣୁ ବିଷ୍ଣୋଇ ସମୁଦାୟର ଭାବାବେଗ ପ୍ରତି ଆଘାତ ପହଞ୍ଚିଥିବାରୁ ସଲମାନ କ୍ଷମା ମାଗିବା ଦରକାର। କ୍ଷମା ମାଗିଲେ ତାଙ୍କ ଜୀବନ ବଞ୍ଚିପାରିବ ବୋଲି ଏକ ଇଣ୍ଟରଭ୍ୟୁରେ ଧମକ ଦେଇଛି ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ।

ଜାତୀୟ ଗଣମାଧ୍ୟମରେ ଇଣ୍ଟରଭ୍ୟୁ ଦେଇ ଗୋଲ୍ଡି  ବ୍ରାର କହିଛି, ସେ ସିଦ୍ଧୁ ମୋସେଓ୍ଵାଲକୁ ହତ୍ୟା କରିଛି, ସଲମାନଙ୍କୁ ମଧ୍ୟ ହତ୍ୟା କରାଯିବ।  ଲରେନ୍‌ସ ବିଷ୍ଣୋଇ ତାଙ୍କୁ କ୍ଷମା କରିବେ ନାହିଁ । ସଲମାନ ଖାନଙ୍କୁ ହତ୍ୟା କରିବା ଲରେନ୍‌ସ ବିଷ୍ଣୋଇଙ୍କ ଜୀବନର ଅନ୍ୟତମ ଲକ୍ଷ୍ୟ ବୋଲି ଗୋଲ୍ଡି ବ୍ରାର କହିଛି। କିଛି ଦିନ ତଳେ ସଲମାନ ଖାନ ମେଲ ଯୋଗେ ହତ୍ୟା ଧମକ ପାଇଥିଲେ । ଲରେନ୍‌ସି ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ଏକାଧିକ ଥର ହତ୍ୟା ଧମକ ପାଇଲେଣି ସଲମାନ ଖାନ। ହତ୍ୟା ଧମକ ପରେ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥା ବଢାଇଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.