Below header

ଟେଲିଗ୍ରାମକୁ ଆସିଲା ଫେସବୁକ-ଇନଷ୍ଟା ଭଳି ଫିଚର, କିନ୍ତୁ ସବୁ ଆପ ଠାରୁ ହେବ ୟୁନିକ

ଆପଣ ମାନଙ୍କ ମଧ୍ୟରୁ ଅନେକ ଲୋକ ଟେଲିଗ୍ରାମ ଆପ୍ ୟୁଜ୍ କରୁଥିବେ ନିଶ୍ଚୟ । ଏଥିରେ ଏମିତି ଅନେକ ଫିଚର୍ସ ରହିଛି ଯାହା ଇନଷ୍ଟାଗ୍ରାମ, ଫେସବୁକ ଏବଂ ଟ୍ବିଟରରେ ଲୋକଙ୍କୁ ମିଳେନାହିଁ ।

ଆପଣ ମାନଙ୍କ ମଧ୍ୟରୁ ଅନେକ ଲୋକ ଟେଲିଗ୍ରାମ ଆପ୍ ୟୁଜ୍ କରୁଥିବେ ନିଶ୍ଚୟ । ଏଥିରେ ଏମିତି ଅନେକ ଫିଚର୍ସ ରହିଛି ଯାହା ଇନଷ୍ଟାଗ୍ରାମ, ଫେସବୁକ ଏବଂ ଟ୍ବିଟରରେ ଲୋକଙ୍କୁ ମିଳେନାହିଁ । ଟେଲିଗ୍ରାମ ଜରିଆରେ ଲମ୍ବା ଫାଇଲ୍ସ ସହଜରେ ସେୟାର ହୋଇପାରେ ଯାହା ଅନ୍ୟ ଆପ୍ ମାନଙ୍କରେ ବୋଧହୁଏ ମିଳେନାହିଁ । ଏଥିରେ ବଟ୍ସ ଅପ୍ସନ ବି ମିଳିଥାଏ । ଏହାରି ଭିତରେ କମ୍ପାନୀ ଆଉ ଏକ କମାଲ ଫିଚର ଆପରେ ଆଡ୍ କରିଛି । ଯଦିଓ ଆରମ୍ଭରେ କମ୍ପାନୀ ଏହି ଫିଚରକୁ ଆପରେ ନଦେବା ପାଇଁ ଭାବୁଥିଲା କାହିଁକିନା ଏହି ସମସ୍ତ ଫିଚର୍ସ ପ୍ଲାଟଫର୍ମରେ ମହଜୁଦ ଥିଲା । କିନ୍ତୁ ଏହାର ପପୁଲାରିଟୀକୁ ଦେଖି କମ୍ପାନୀ ଟେଲିଗ୍ରାମ ୟୁଜର୍ସଙ୍କୁ ବି ଏହି ଫିଚରକୁ ଦେବା ଆରମ୍ଭ କରିଦେଇଛି । ଆମେ ଆପଣଙ୍କୁ କହିବାକୁ ଚାହିଁବୁ ଯେ କିଛି ଲୋକଙ୍କ ପାଇଁ ଏହି ଫିଚର ଲାଇଭ ହୋଇସାରିଛି ।

ଆସନ୍ତୁ ଜାଣିବା କଣ ରହିଛି ନୂଆ ଫିଚର

ଏବେ ଆପଣ ଇନଷ୍ଟାଗ୍ରାମ ଏବଂ ଫେସବୁକ ଭଳି ଟେଲିଗ୍ରାମରେ ମଧ୍ୟ ଷେ୍‌ଟାରୀ ସେଟ୍ କରିପାରିବେ । କମ୍ପାନୀ ଏହି ଫିଚରକୁ ରୋଲଆଉଟ କରିବା ଆରମ୍ଭ କରିଦେଇଛି । ଯାହା ଆଗାମୀ ସପ୍ତାହ ସୁଦ୍ଧା ମିଳିବାକୁ ଲାଗିବ । ଏହି ଫିଚର ଅବିକଳ ଇନଷ୍ଟା ଷ୍ଟୋରୀ ଭଳି, ଯେଉଁଥିରେ ଆପଣ ଫଟୋ, ଭିଡିଓ ଏବଂ ଟେକ୍ସଟ ସେୟାର କରିପାରିବେ ।

ଯଦିଓ ଏହି କମ୍ପାନୀ ଏହି ଫିଚର ସହିତ କିଛି ଏମିତି ଅପ୍ସନ ଲୋକଙ୍କୁ ଦେଇଛି ଯାହା ଇନଷ୍ଟାଗ୍ରାମରେ ଲୋକଙ୍କୁ ମିଳେନାହିଁ ।

  • ପ୍ରଥମ ହେଉଛି ଆପଣ ଷ୍ଟୋରୀ ଟାଇମକୁ ବାଛିପାରିବେ ଯେ କେତେ ସମୟ ପାଇଁ ଲୋକଙ୍କୁ ଏହା ଦେଖାଇବ । ଯେମିତିକି ୬,୧୨,୨୪ କିମ୍ବା ୪୮ ଘଣ୍ଟା ।
  • ଆପଣ ସିଲେକ୍ଟ କରିପାରିବେ ଯେ ଆପଣଙ୍କ ଷ୍ଟୋରୀ କାହାକୁ କାହାକୁ ଦେଖାଇବେ । ଯେମିତିକି କଣ୍ଟାକ୍ଟସ, କ୍ଳୋଜ ଫ୍ରେଣ୍ଡସ, ଏଭ୍ରିୱାନ କିମ୍ବା ସିଲେକଟେଡ୍ ।
  • ଡୁଆଲ କ୍ୟାମେରା ସପୋର୍ଟ ମିଳିବ । ଅର୍ଥାତ ଆପଣ ଷ୍ଟୋରୀରେ ଭିଡିଓ ସହିତ ବି ଫଟୋ ରଖିପାରିବେ । ଯେମିତି ଯଦି ଆପଣ ପାର୍କରେ ଅଛନ୍ତି ତାହେଲେ ଆପଣ ମୋବାଇଲ
  • କ୍ୟାମେରାରେ ପାର୍କର ଭିଡିଓ ଏବଂ ଫ୍ରଣ୍ଟରେ ନିଜ ସେଲଫି ଗୋଟିଏ ଷ୍ଟୋରୀରେ ହିଁ ରଖିପାରିବେ ।
  • ଆପଣ ଅନ୍ୟର ଷ୍ଟୋରୀକୁ ବି ହିଡେନ କଣ୍ଟାକ୍ଟସରେ ମୁଭ କରିପାରିବେ । ଯାହାଦ୍ବାରା ଏହା ଟପରେ ଆଉ ଦେଖାଇବନାହିଁ ।

ଏହି ଫିଚରର ଏକ ଭିଡିଓ ଜଣେ ୟୁଜର ସେୟାର କରିଛନ୍ତି । ଯାହାଦ୍ବାରା ଟେଲିଗ୍ରାମର ଏହି ନୂଆ ଫିଚର ବିଷୟରେ ବୁଝିବା ସହଜ ହୋଇଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.