Below header

କରଞ୍ଜିଆ: ପିଆଶାଳ କାଠ ବୋଝେଇ ଟ୍ରାକ୍ଟର ଜବତ, ଡ୍ରାଇଭର ସହ ବେପାରୀ ଫେରାର

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରୁ ଗତକାଲି ରାତିରେ ଚୋରାରେ ପିଆଶାଳ କାଠ ଗଣ୍ଡି ଚାଲାଣ ହେଉଥିବା ଏକ ଟ୍ରାକ୍ଟରକୁ ଜବତ କରିଛି ବନବିଭାଗ। ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ କେନ୍ଦୁମୁଣ୍ଡି ବିଟ ଅଞ୍ଚଳର ଅଠର ଦେଉଳ ସୁନାପୋଷି ଗାଁ ପାଖରୁ ଏକ ଟ୍ରାକ୍ଟର ଯୋଗେ ମୂଲ୍ୟବାନ ପିଆଶାଳ ଗଛର ଗଣ୍ଡି ଯାହାକି ୪୦ ସିଏଫଟିରୁ ଅଧିକ ହେବ ତାହା ନେଉଥିବା ସମୟରେ ସୁନାପୋଷି ଗ୍ରାମ ନିକଟରେ ବନ କର୍ମଚାରୀ ମାନେ ରାତ୍ରୀ ପେଟ୍ରୋଲିଂବେଳେ ଧରିଥିଲେ।

seizedଠାକୁରମୁଣ୍ଡା ରେଞ୍ଜ ଅଧିକାରୀ କିଶୋର କୁମାର ପାଣିଗ୍ରାହୀ, କରଞ୍ଜିଆ ରେଞ୍ଜ ଅଧିକାରୀ କବିର କୁମାର ମୁର୍ମୁ, ଫୋରେଷ୍ଟର ତପନ କୁମାର ମହାନ୍ତ,ଠାକୁର ଦାସ ହେମ୍ବ୍ରମ, ଉମାକାନ୍ତ ବେହେରା, ନଳିନୀ କାନ୍ତ ବେହେରା,ମନୋଜ କୁମାର ବେହେରା ସମେତ ଅନ୍ୟ ବନ କର୍ମଚାରୀ ମାନେ ମିଳିତ ପେଟ୍ରୋଲିଂ କରୁଥିବା ସମୟରେ କାଠ ବୋଝେଇ ଟ୍ରାକ୍ଟର ଧରପଡିଥିଲା। ବନ କର୍ମଚାରୀମାନଙ୍କୁ ଦେଖି କାଠ ନେଇଯାଉଥିବା ବେପାରୀ ଓ ଟ୍ରାକ୍ଟର ଡ୍ରାଇଭର ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ବନକର୍ମଚାରି ମାନେ କାଠ ବୋଝେଇ ଟ୍ରାକ୍ଟରକୁ ଧରି ଠାକୁରମୁଣ୍ଡା ବନ ବିଭାଗ କାର୍ଯ୍ୟାଳୟକୁ ଆଣି ଘଟଣାର ତଦନ୍ତ କରୁଥିବାର ଜଣାଯାଇଛି। ଏହି କାଠର ଆନୁମାନିକ ମୂଲ୍ୟବାନ ଲକ୍ଷାଧିକ ହେବ ବୋଲି ଅନୁମାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.