ରବିବାର ପାଳନ କରାଯିବ ଗୋପାଷ୍ଟମୀ ପର୍ବ, ଜାଣନ୍ତୁ କିପରି କରିବେ ପୂଜା

ପ୍ରତିବର୍ଷ କାର୍ତ୍ତିକ ଶୁକ୍ଳ ଅଷ୍ଟମୀକୁ ଗୋପାଷ୍ଟମୀ ରୂପେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ପର୍ବ ଆସନ୍ତାକାଲି (ରବିବାର) ପାଳନ କରାଯିବ। ଏହି ଦିନ ଭଗବାନ ଶ୍ରୀକୃଷ୍ଣ ଗୋ ଚାରଣ ଲୀଳା ଆରମ୍ଭ କରିଥିଲେ। ପୁରାଣ ଅନୁଯାୟୀ କାର୍ତ୍ତିକ ଶୁକ୍ଳ ଅଷ୍ଟମୀ ଦିନ ମା’ ଯଶୋଦା ଭଗବାନ ଶ୍ରୀକୃଷ୍ଣଙ୍କୁ ଗାଈ ଚରାଇବା ପାଇଁ ଜଙ୍ଗଲକୁ ପଠାଇଥିଲେ। ଏହି କାରଣରୁ ଏହି ଦିନ ଗୋ-ମାତା ଏବଂ ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜା କରିବାର ମହତ୍ତ୍ୱ ରହିଛି।

gopashtamiଜାଣନ୍ତୁ କିପରି ପାଳନ କରିବେ ଏହି ପର୍ବ:

-କାର୍ତ୍ତିକ ଶୁକ୍ଳ ଅଷ୍ଟମୀ ଦିନ ପ୍ରାତଃକାଳରୁ ଉଠି ନିତ୍ୟକର୍ମ ସାରି ଗୋ-ମାତାଙ୍କୁ ସ୍ନାନ କରାଇ ହଳଦୀ ଲଗାଇ ସଜାନ୍ତୁ।

-ଏହି ଦିନ ବାଛୁରୀ ସହ ଗୋ-ମାତାଙ୍କ ପୂଜା କରିବାର ବିଧାନ ରହିଛି।

-ପ୍ରାତଃକାଳରୁ ଧୂପ-ଦୀପ, ଅକ୍ଷତ, ସିନ୍ଦୂର, ଗୁଡ଼ ଆଦି ବସ୍ତ୍ର ତଥା ଜଳ ଦ୍ୱାରା ଗୋ-ମାତାଙ୍କ ପୂଜା କରିବା ସହ ଆଳତୀ କରନ୍ତୁ।

gopa-ଏହାପରେ ଗାଈ ସହ କିଛି ଦୂର ପର୍ଯ୍ୟନ୍ତ ଯାତ୍ରା କରନ୍ତୁ।

-ଶେଷରେ ସଂଧ୍ୟା ସମୟରେ ଗାଈ ଜଙ୍ଗଲରୁ ଫେରିବା ପରେ ତାଙ୍କ ଚରଣ ଧୋଇ ତିଳକ ଲଗାନ୍ତୁ।

-ଏହିସବୁ ନିୟମ ଗୋପାଷ୍ଟମୀ ଦିନ ପାଳନ କରିବା ଦ୍ୱାରା ବଡ଼ ପୁଣ୍ୟ ପ୍ରାପ୍ତି ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.