Below header

ସମ୍ବଲପୁର ବୋର୍ଡ କାର୍ଯ୍ଯାଳୟରେ କିଏ ଲଗାଇଲା ନିଆଁ ? ତଦନ୍ତ କରୁଛି ପୋଲିସ, ଏଯାଏଁ କାହାରିକୁ କରାଯାଇନି ଗିରଫ

ସମ୍ବଲପୁର(କେନ୍ୟୁଜ୍) : କେନ୍ୟୁଜ୍ ସମ୍ବଲପୁର ମାଧ୍ୟମିକ ଶିକ୍ଷା ପରିଷଦ କାଯ୍ୟାଳୟରେ କିଏ ଓ କାହିଁକି ଲଗାଇଲା ନିଆଁ ? ଘଟଣାର ତଦନ୍ତ କରୁଛି ପୋଲିସ । ତଦନ୍ତ ପାଇଁ ସଦର ଏସ୍‌ଡିପିଓଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଛି । ଅଜଣା ଦୁର୍ବୃତ୍ତଙ୍କ ନାଁରେ ଧନୁପାଲି ଥାନରେ ମାମଲା ରୁଜୁ ହୋଇଛି । ପ୍ରାଥମିକ ତଦନ୍ତରେ ଅନେକ ତଥ୍ୟ ପାଇଛି ପୋଲିସ । ଅପରାଧୀଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି । ଗତକାଲି ବୋର୍ଡ ଅଫିସ୍‌ରେ ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ । ୮ରୁ ୧୨ଜଣ ଅଜଣା ବ୍ୟକ୍ତି ଆସି ଅଫିସ କାମ ବନ୍ଦ କରିବାକୁ କହିବା ସହ ଅଫିସରୁ ବାହାରିଯିବାକୁ କହିଥିଲେ । ତା ପରେ ନିଆଁ ଲଗାଇ ଦେଇଥିଲେ । ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ନିଆଁ ଲାଗିବା ଯୋଗୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ୨ଟି ବାଇକ ପୋଡ଼ି ନଷ୍ଟ ହୋଇଯାଇଛି । ଗତକାଲି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫର୍ମ ପୂରଣର ଶେଷ ତାରିଖ ହୋଇଥିବାରୁ ଅଫିସ କାର‌୍ୟ୍ୟ ଚାଲୁଥିଲା। ଏହି ସମୟରେ ଏପରି ଅଘଟଣ ଘଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.