ବରଫ ତଳେ ଚାପି ହୋଇ ଯବାନ ସହିଦ : ଭଦ୍ରକ ଧାମନଗର ଅଞ୍ଚଳର ମହମ୍ମଦ ସିରାଜୁଲ ହକ

ଭଦ୍ରକ(କେନ୍ୟୁଜ୍) : ବରଫ ତଳେ ଚାପି ହୋଇ ଯବାନ ମୃତ । ସହିଦ ଯବାନଙ୍କ ନାଁ ମହମ୍ମଦ ସିରାଜୁଲହକ । ତାଙ୍କ ଘର ଭଦ୍ରକ ଜିଲ୍ଲାର ଧାମନଗର ଅଞ୍ଚଳରେ । ଯବାନଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଗତ ୩ ବର୍ଷ ପୂର୍ବେ ମହମ୍ମଦ ଜାମ୍ମୁ କାଶ୍ମୀର ସୀମାନ୍ତରେ ଭାରତୀୟ ସୀମା ସୁରକ୍ଷା ବାହିନୀରେ ଯୋଗ ଦେଇଥିଲେ ।

jawan୫ ଦିନ ତଳେ ସେ ଜାମ୍ମୁକାଶ୍ମୀର ମୁଖ୍ୟ କାର‌୍ୟ୍ୟାଳୟକୁ ଡେପୁଟେସନରେ ଯାଇ ସୀମା ସୁରକ୍ଷାରେ ନିୟୋଜିତ ହୋଇଥିଲେ । ସହିଦ ଯବାନଙ୍କ ମରଶରୀର ଧାମନଗର ଛକରେ ପହଞ୍ଚିବା ପରେ ତାଙ୍କୁ ହଜାର ହଜାର ଜନତା ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହାପରେ ମରଶରୀରକୁ ଏକ ବିରାଟ ଶୋଭାଯାତ୍ରାରେ ଧାମନଗର ବଜାର ପରିକ୍ରମା କରାଯାଇଥିଲା । ଶେଷରେ ଯବାନଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.