Below header

ସମ୍ବଲପୁରର ତିସ୍ୟା ପାଣିଗ୍ରାହୀ ହେଲେ ସର୍ବ କନିଷ୍ଠ ସ୍କୁବା ଡାଇଭର

ସମ୍ବଲପୁର: ସମ୍ବଲପୁରର ତିସ୍ୟା ପାଣିଗ୍ରାହୀ ହେଲେ ସର୍ବ କନିଷ୍ଠ ସ୍କୁବା ଡାଇଭର । ତିସ୍ୟା ଏବେ ଦୁବାଇ ଦ ଓ୍ୱାଲ୍ଡ ରାଫେଲ୍ସ୍ ଇଣ୍ଟରନ୍ଯାସନାଲ୍ ଏକାଡେମୀ ର ଛାତ୍ରୀ । ଶିକ୍ଷା ଗ୍ରହଣ କରିବା ସହିତ ସେ ସ୍କୁବା ଡାଇଭିଂ ଶିକ୍ଷା ମଧ୍ୟ ଗ୍ରହଣ କରୁଛନ୍ତି । ସମ୍ବଲପୁରର ଏହି ୧୦ ବର୍ଷର ଝିଅ ତିସ୍ୟା ପେସାଦାର ଡାଇଭିଂ ପ୍ରଶିକ୍ଷକ ସଂଘ ଦ୍ୱାରା ହୋଇଥିବା ସ୍କୁବା ଡାଇଭିଂ ପରୀକ୍ଷାରେ ଅଂଶଗ୍ରହଣ କରି ସଫଳତାର ସହ କୃତିତ୍ୱ ଅର୍ଜନ କରିଛନ୍ତି ।

ତିସ୍ୟା ପ୍ରଥମ ଶ୍ରେଣୀ ତାଲିମ ପରେ ପୁଲ୍  ପ୍ରାକ୍ଟିକାଲ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଆରବସାଗରର ଓମାନ ଉପସାଗରର ଗଭୀର ସମୁଦ୍ରରେ ଅନୁଷ୍ଠିତ ପରୀକ୍ଷାରେ ଅବତୀର୍ଣ୍ଣ ହୋଇଥିଲେ  ଏଥିରେ ସନ୍ତରଣ, ଡାଇଭିଂ ବ୍ୟତୀତ ଭାସମାନ ଅବସ୍ଥାରେ ବହୁତ ସମୟ ପର୍ଯ୍ୟନ୍ତ ପାଣି ଭିତରେ ରହିଥିଲେ ।

ଏହି କୃତିତ୍ୱ ପାଇଁ ତିସ୍ୟାଙ୍କୁ ଯୁକ୍ତରାଷ୍ଟ୍ର ଆମେରିକା PADI ପକ୍ଷରୁ ଜୁନିଅର ଓପନ୍ ଓ୍ୱାଟର ସ୍କୁବା ଡାଇଭର ପ୍ରମାଣପତ୍ର ଦିଆଯାଇଛି । ଏଭଳି ପେଷାଦାର ସ୍କୁବା ଡାଇଭର ପ୍ରମାଣପତ୍ର ପାଇବାରେ ତିସ୍ୟା ଓଡ଼ିଶାର ସର୍ବ କନିଷ୍ଠ । ତିସ୍ୟା ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ନାତୁଣୀ ଓ ପୂର୍ବତନ ସାଂସଦ ସ୍ବର୍ଗତ ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ ନାତୁଣୀ ଅଟନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.