ଖୁବ ଶୀଘ୍ର ନିଜ ଅଟୋବାଇଓଗ୍ରାଫି ଲେଖିବାକୁ ଯାଉଛନ୍ତି ସୈଫ ଅଲ୍ଲୀ ଖାନ, ବ୍ୟକ୍ତିଗତ ଜୀବନର ଅନେକ ରହସ୍ୟର ହେବ ଖୁଲାସା

ପଟୋଉଦି ଖାନଦାନ ବାବଦରେ କିଏ ବା ନ ଜାଣେ । ଜଣେ ଭଲ କ୍ରିକେଟର ଭାବେ ସୈଫଙ୍କ ପିତା ନବାବ ପଟୋଉଦି ଖୁବ ପରିଚିତ ଥିବା ବେଳେ ବଲିଉଡ଼ ଜଗତର ଜଣେ କୁଶଳ ଅଭିନେତ୍ରୀ ଭାବେ ମାଁ ଶର୍ମିଲା ଟାଗୋର ବି ଖୁବ ଲୋକପ୍ରିୟତା ଅର୍ଜନ କରିଛନ୍ତି । ଠିକ ସେହିପରି ସୈଫଙ୍କ ଫିଲ୍ମ କ୍ୟାରିୟରକୁ ନେଇ ଛୋଟ ରୁ ବଡ଼ ସମସ୍ତେ ଅବଗତ । କିନ୍ତୁ ଏହାବାଦ ତାଙ୍କ ଫ୍ୟାନ୍ସ ମାନେ ଛୋଟେ ନବାବଙ୍କ ବ୍ୟକ୍ତିଗତ ଜୀବନ ବାବଦରେ ଅଧିକ ଜାଣିବା ପାଇଁ ବି ଖୁବ ଉତ୍ସୁକ ରହିଥାନ୍ତି । ଏବେ ସୈଫଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର ଆସିଛି । ସୈଫ ଖୁବ ଶୀଘ୍ର ନିଜ ବ୍ୟକ୍ତିଗତ ଜୀବନ ତଥା କ୍ୟାରିୟରକୁ ନେଇ ଏକ ଅଟୋବାଇଓଗ୍ରାଫି ଲେଖିବା ନେଇ ନିଷ୍ପତ୍ତି ନେଇଛନ୍ତି | ଏବାବଦରେ ଟ୍ରେଡ଼ ଆନାଲିସିସ୍ଟ ତରଣ ଆଦର୍ଶ ହିଁ ନିଜ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି ।

ଏହି ପୁସ୍ତକଟି ଆସନ୍ତା ବର୍ଷ ରିଲିଜ ହେବାକୁ ଲକ୍ଷ ରଖାଯାଇଛି । ଶୁଣାଯାଉଛିକି, ସୈଫଙ୍କ ଏହି ଅଟୋବାଇଓଗ୍ରାଫିରେ ତାଙ୍କ ବ୍ୟକ୍ତିଗତ ଜୀବନ, ଜୀବନରେ ଲାଭ କରିଥିବା ସଫଳତା, ବିଫଳତା, ଅଭିନୟ କରିଥିବା ଫିଲ୍ମ, ସୈଫଙ୍କ ପରିବାର ବାବଦରେ ବର୍ଣ୍ଣିତ ରହିବ । ଏହି ପୁସ୍ତକ ଟିର ପ୍ରକାଶନ Harper Collins India ତରଫରୁ କରାଯିବା ନେଇ ସ୍ଥିର ହୋଇଛି । ଆଉ ମଧ୍ୟ ଶୁଣା ଯାଉଛିକି ଏହି ପୁସ୍ତକ ଟିରେ ସୈଫ ନିଜ ବ୍ୟକ୍ତିଗତ ତଥ୍ୟ ମାନଙ୍କୁ ନେଇ ଅନେକ ରହସ୍ୟ ମାନଙ୍କର ଖୁଲାସା କରିପାରନ୍ତି । ଏହା ପୂର୍ବରୁ ବି ଏହି ବଲିଉଡ଼ ଷ୍ଟାର ଜଣକ ଅନେକ ସାକ୍ଷାତକାର ସମୟରେ ଅନେକ ଘଟଣାର ଖୁଲାସା କରିସାରିଛନ୍ତି ।

saif

କିନ୍ତୁ ସୋସିଆଲ ମିଡିଆ ଠାରୁ ଦୂରତା ଅବଲମ୍ବନ କରିବାକୁ ପସନ୍ଦ କରନ୍ତି ସୈଫ । ବର୍ତ୍ତମାନର କ୍ୟାରିୟର ଉପରେ ଦୃଷ୍ଟି ପକାଇଲେ, ସୈଫ ଶେଷ ଥର ପାଇଁ ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନୀତ ଶେଷ ସିନେମା “ଦିଲ ବେଚାରା”ରେ ଅଭିମନ୍ୟୁ ବୀର ଚରିତ୍ରରେ ନଜର ଆସିଥିଲେ । ଏହାବାଦ ବଣ୍ଟି ଔର ବବଲି- 2 ସମେତ ଅନେକ ପ୍ରୋଜେକ୍ଟରେ ତାଙ୍କ କାମ ଜାରି ରହିଛି । ଏହାବାଦ ଚତୁର୍ଥ ଥର ପାଇଁ ବାପା ହେବାକୁ ଯାଉଥିବାରୁ ନବାବ ବର୍ତ୍ତମାନ ସମୟରେ ଖୁବ ଚର୍ଚ୍ଚାରେ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.