Below header

ପ୍ରସିଦ୍ଧ ଗାୟକ ଜଷ୍ଟିନଙ୍କ ଆକସ୍ମିକ ମୃତ୍ୟୁ, ସୋସିଆଲ ମିଡ଼ିଆ ଜରିଆରେ ସୂଚନା ଦେଲେ ପରିବାର

ଆମେରିକାର ପ୍ରଖ୍ୟାତ ଗାୟକ ଜଷ୍ଟିନ ଟାଉନ୍ସ ଅର୍ଲଙ୍କର ଆକସ୍ମିକ ମୃତ୍ୟୁ ଘଟିଛି । ସେ ମାତ୍ର 38 ବର୍ଷ ବୟସର ଥିଲେ। ରବିବାର ଦିନ ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ମାଧ୍ୟମରେ ତାଙ୍କ ପରିବାର ଏହି ସୂଚନା ଦେଇଛନ୍ତି ।

ପରିବାର ଲୋକ କହିଛନ୍ତି ଯେ ଆମ ପୁଅ, ସ୍ୱାମୀ, ପିତା ଏବଂ ବନ୍ଧୁ ଜଷ୍ଟିନଙ୍କ ଦେହାନ୍ତ ହୋଇଛି ବୋଲି ଆମେ ଅତ୍ୟନ୍ତ ଦୁଃଖର ସହ ସୂଚନା ଦେଉଛୁ । ଆପଣମାନଙ୍କ ମଧ୍ୟରୁ ଅନେକ ତାଙ୍କ ସଙ୍ଗୀତ ଏବଂ ଗୀତ ସହିତ ବହୁ ବର୍ଷ ଧରି ଜଡିତ ଅଛନ୍ତି ଏବଂ ଆମେ ଆଶା କରୁଛୁ ଯେ ତାଙ୍କର ସଙ୍ଗୀତ ଆପଣଙ୍କୁ ମାର୍ଗଦର୍ଶନ କରିବାରେ ସାହାଯ୍ୟ କରିବ । ପ୍ରିୟ ଜଷ୍ଟିନ ଆମେ ତୁମକୁ ସର୍ବଦା ମନେରଖିବୁ ।

ଯଦିଓ ପରିବାର ପକ୍ଷରୁ ଦିଆଯାଇଥିବା ବିବୃତ୍ତିରେ ଜଷ୍ଟିନଙ୍କ ମୃତ୍ୟୁର କାରଣ ଉଲ୍ଲେଖ କରାଯାଇ ନାହିଁ । ନାଶଭିଲରେ ଜନ୍ମଗ୍ରହଣ କରିଥିବା ଅର୍ଲ ଏକ ସ୍ଥାନୀୟ ବ୍ୟାଣ୍ଡରୁ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ସେ ତାଙ୍କ କ୍ୟାରିୟରରେ ଆଠଟି ଆଲବମ୍ ତିଆରି କରିଥିଲେ । ଅର୍ଲ ସାରା ଜୀବନ ନିଶା ଏବଂ ମଦ୍ୟପାନ ସହିତ ଜଡିତ ହୋଇ ରହିଥିଲେ ଯେଉଁ କାରଣରୁ ତାଙ୍କ ପିତା ଷ୍ଟିଭ୍ ଆର୍ଲଙ୍କ ବ୍ୟାଣ୍ଡରୁ ମଧ୍ୟ ତାଙ୍କୁ ବାହାର କରିଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.