ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା

ପୁରୀ: ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବାଲୁକା କଳା । ପୁରୀ ବେଳାଭୂମିରେ ବିଜୁ ବାବୁଙ୍କ ସ୍ମୃତି ଚାରଣ କରି ଏହି ବାଲୁକା କଳା ନିର୍ମାଣ କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।

ବାଲୁକା କଳା ମାଧ୍ୟମରେ ବିଜୁ ବାବୁଙ୍କୁ ରାଜନୀତିର ଜଣେ ଉତ୍ତୁଙ୍ଗ ପୁରୁଷ ଭାବେ ବର୍ଣ୍ଣନା କରାଯାଇଛି ।