ଶକ୍ତିଶାଳୀ ଭୂକମ୍ପ ପରେ ନ୍ୟୁଜିଲାଣ୍ଡରେ ସୁନାମୀ ସତର୍କତା ଜାରି, ଗ୍ରିସ୍‌ବନ୍‌ ସହରର ସବୁ ଲୋକଙ୍କୁ ଖାଲି କରିବାକୁ ନିର୍ଦ୍ଦେଶ

କେନ୍ଯୁଜ୍: ଶକ୍ତିଶାଳୀ ଭୂକମ୍ପରେ ଥରିଲା ନ୍ୟୁଜିଲାଣ୍ଡ । ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୭.୨ ମ୍ୟାଗ୍ନିଚୁଡ୍‌ । ଗତକାଲି ୯୪ କିଲୋମିଟର ଭୂଗର୍ଭରେ ସଂଘଟିତ ହୋଇଛି ଭୂକମ୍ପ। ଭୂକମ୍ପ ପରେ ସୁନାମୀ ସତର୍କତା ଜାରି କରାଯାଇଛି ।

ଭୂକମ୍ପର କେନ୍ଦ୍ର ସ୍ଥଳରୁ ୩୦୦ କିଲୋମିଟର ପର୍ଯ୍ୟନ୍ତ ସୁନାମୀ ଆସିବା ଆଶଙ୍କା ରହିଛି। ସମୁଦ୍ର କୂଳରେ ଥିବା ଲୋକଙ୍କୁ ଉଚ୍ଚ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି । ଭୂକମ୍ପର କେନ୍ଦ୍ର ସ୍ଥଳର ସବୁଠୁ ପାଖରେ ଥିବା ଗ୍ରିସ୍‌ବନ୍‌ ସହରର ସବୁ ଲୋକଙ୍କୁ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କ୍ଷୟକ୍ଷତି ନେଇ ତୁରନ୍ତ କୌଣସି ରିପୋର୍ଟ ମିଳି ପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.