Below header

ଭୋର ୩ଟାରେ ଦୁର୍ଘଟଣା, ଟ୍ରଲର ପଛକୁ ଧକ୍କା ଦେଇ ପିକ୍‌ଅପ୍‌ ଡ୍ରାଇଭର୍‌ ମୃତ

ରେଢାଖୋଲ (କେ ନ୍ୟୁଜ୍) : ରେଢାଖୋଲ ୫୫ ନମ୍ବର ଜାତୀୟ ରାଜପଥ ଷ୍ଟାଡିୟମ ଛକ ଠାରେ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଏକ କୁକୁଡା ବୋଝେଇ ପିକଅପ୍ ଗାଡି ଚାଳକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।

ଗତକାଲି ରାତି ପ୍ରାୟ ୩ଟା ସମୟରେ ଷ୍ଟାଡିୟମ ଛକଠାରେ ଟ୍ରଲର୍ ପଛପଟକୁ ପିକଅପ୍ ଗାଡିଟି ଧକ୍କା ଦେଇଥିଲା। ଧକ୍କା ଏତେ ଜୋରରେ ଥିଲା ଯେ ଘଟଣା ସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା। ମୃତ ବ୍ଯକ୍ତିଙ୍କ ଘର ରେଢାଖୋଲ ଅଞ୍ଚଳ ବଣିଆବନ୍ଧ ଗ୍ରାମରେ। ତାଙ୍କର ନାମ ଗୋଲେଖ ସାହୁ ବୋଲି ଜଣାପଡିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.