Below header

ଆମେରିକାରରେ ଅନ୍ତର୍ଜାତୀୟ ବାଲୁକାକଳା ପ୍ରତିଯୋଗିତା, ସୁଦର୍ଶନ ପଟ୍ଟନାୟକଙ୍କୁ ମିଳିଲା ପିପୁଲ୍ସ ଚଏସ ଆଓ୍ଵାଡ

ଆମେରିକାର ବୋଷ୍ଟନ ସହରରେ ଅନୁଷ୍ଠିତ ଅନ୍ତର୍ଜାତୀୟ ବାଲୁକାକଳା ପ୍ରତିଯୋଗିତାରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପିପୁଲ୍ସ ଚଏସ ଆଓ୍ଵାର୍ଡ ପାଇଛନ୍ତି । ଏହି ବାଲୁକା କଳା ପ୍ରତିଯାଗିତା ଜୁଲାଇ ୨୬ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଏଥିରେ ୧୫ଟି ଦେଶ ଭାଗ ନେଇଥିବା ବେଳେ ଭାରତରୁ କେବଳ ସୁଦର୍ଶନ ପଟ୍ଟନାୟକ ଅଂଶ ଗ୍ରହଣ କରିଥିଲେ । ସୁଦର୍ଶନ ପ୍ଲାଷ୍ଟିକ୍‌ ପ୍ରଦୂଷଣକୁ ପ୍ରସଙ୍ଗ କରି ‘ସେଭ୍‌ ଦ ଓସନ୍‌’ ନାମକ ବାଲୁକା କଳା ନିର୍ମାଣ କରିଥିଲେ । ଏହି ବାଲୁକା କଳାକୁ ସବୁଠାରୁ ଅଧିକ ଦର୍ଶକ ପସନ୍ଦ କରି ଭୋଟ୍‌ ଦେଇଥିବାରୁ ବେଶ୍‌ ଆନନ୍ଦ ପ୍ରକାଶ କରିଛନ୍ତି ସୁଦର୍ଶନ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.