ପ୍ରତି ୪୦ ସେକେଣ୍ଡରେ ମୃତ୍ୟୁବରଣ କରୁଛନ୍ତି ଜଣେ ବ୍ୟକ୍ତି, ଜାଣନ୍ତୁ WHOର ଆଚମ୍ବିତ କଲା ଭଳି ଏହି ତଥ୍ୟ

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(WHO) ସରା ଦୂନିଆରେ ହେଉଥିବା ଆତ୍ମହତ୍ୟାର କାରଣ ଓ ଏହାର ସଂଖ୍ୟାକୁ ସାର୍ବଜନୀନ କରିଛି। WHOର ମୁତାବକ ବିଶ୍ବବ୍ୟାପି ପ୍ରତି ୪୦ ସେକେଣ୍ଡରେ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରୁଥିବାର ଏଥିରେ ଦର୍ଶାଯାଇଛି। WHO ଆତ୍ମହତ୍ୟାର ଏକ ଏମିତି ବିଶ୍ବବ୍ୟାପି ଘଟଣା ଦର୍ଶାଇଛ ଯାହା କ୍ଷଣ କ୍ଷଣକେ କେଉଁଠି ନା କେଉଁଠି ଘଟି ଚାଲିଛି।

ଆହୁରି ପଢନ୍ତୁ : ପୋଲ ଉପରେ ଯାଉଥିଲେ ଦୁଇ ବାଇକ୍ ଆରୋହୀ, ହଠାତ୍ ଧସି ପଡିଲା, ଆଉ ତାପରେ. . .

ଭାରତରେ ଆତ୍ମହତ୍ୟା ଘଟଣାରେ ପ୍ରଥମ ସ୍ଥାନ ନେଇଛି ମାହାରାଷ୍ଟ୍ର, ଦ୍ବିତୀୟରେ ତାମିଲନାଡୁ ଓ ତୃତୀୟରେ ପଶ୍ଚିମବଙ୍ଗଳା ରହିଛି ।

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ତରଫରୁ ଆତ୍ମହତ୍ୟା ଉପରେ ଜାରି କରାଯାଇଥିବା ଡାଟା ମୁତାବକ ଆତ୍ମହତ୍ୟା କରୁଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ୧୫ ରୁ  ୨୯ ବର୍ଷ ବୟସ୍କ ଲୋକଙ୍କ ସଂଖ୍ୟା  ସବୁଠାର ଅଧିକ ରହିଛ।  ଅର୍ଥାତ କୁହାଯାଇପାରିବ ଏହା ସେହି ବୟସ ଯେଉଁଥିରେ କୌଣସି ବ୍ୟକ୍ତି ପଢୁଥାଏ କିମ୍ବା ରୋଜଗାର ସନ୍ଧାନରେ ଥାଏ। ସଂଖ୍ୟା କହୁଛି ଯେ  ୨୦୧୬ରେ  ଆତ୍ମହତ୍ୟା କରୁଥିବା ୭୯ ପ୍ରତିଶତ ଲୋକ ନିମ୍ନ ମଧ୍ୟବିତ୍ତ ଓ ମଧ୍ୟମ ଆୟ ଥିବା ଦେଶର ଥିଲେ। ବିକଶିତ ତୁଳନାରେ ବିକାଶଶୀଳ ଦେଶର ଲୋକ ସବୁଠାର ଅଧିକ ଆତ୍ମହତ୍ୟା କରିଥିଲେ।

୧୫ରୁ  ୨୯ ବର୍ଷ ବୟସର ସବୁ ବ୍ୟକ୍ତିଙ୍କ ଏହି ଅବସ୍ଥା ଥାଏ ଯେଉଁଥିରେ ସେମାନେ ବେଶୀ ଚାପରେ ଥାଆନ୍ତି। ସେହି ଚାପ ଗୁଡିକ ହୋଇଥାଇ ପାରେ ପାଠ ପଢାର, ସମ୍ପର୍କର, ରୋଜଗାର କିମ୍ବା ସବୁ ଦାୟିତ୍ବ ମୁଣ୍ଡରେ ନେଇ ଚାପରେ ଆସବା ।

ଆହୁରି ପଢନ୍ତୁ : ଗଭୀର ରିପୋର୍ଟିଂ, ଲାଇଭ୍ ଦେବା ପାଇଁ ବଢି ପାଣିରେ ବେକ ଯାଏ ବୁଡିଲେ ପାକିସ୍ତାନୀ ରିପୋର୍ଟର

୨୦୧୬ରେ ଆତ୍ମହତ୍ୟା କରୁଥିବା ୨୫ ପ୍ରତିଶତ ମୃତକ ଛାତ୍ର ଥିଲେ। ଏମାନେ ସେହି  ଛାତ୍ର ଥିଲେ ଯେଉଁମାନେ ପରୀକ୍ଷାରେ ଅସଫଳ ହୋଇ ଆତ୍ମହତ୍ୟା କରିଥିଲେ। ନ୍ୟାସନାଲ କ୍ରାଇମ ରେକର୍ଡସ ବ୍ୟୁରୋର ୨୦୧୫ର ରିପୋର୍ଟ ମୁତାବକ ଦେଶରେ ପ୍ରତି ଘଣ୍ଟାରେ ଏକ ଛାତ୍ର ଆତ୍ମହତ୍ୟା କରିଥାଏ। ୨୦ ପ୍ରତିଶତ ଲୋକ ବିଷ ପିଇ ମରିଥାନ୍ତି। ବାକି ଅନ୍ୟ ବ୍ୟକ୍ତିମାନେ ରଶି ଲଗାଇ ଆତ୍ମହତ୍ୟା କରିଥାନ୍ତି ଓ ନିଆଁ ଲଗାଇ ଆତ୍ମହତ୍ୟା କରିଥାନ୍ତି। ବିଶ୍ବ ବ୍ୟାପି ସ୍ଥରରେ ମୃତ୍ୟୁର ୧୫ତମ କାରଣ ଆତ୍ମହତ୍ୟା ହିଁ କୁହାଯାଇଛି।

କେଉଁ ଦେଶରେ ଆତ୍ମହତ୍ୟାର ପରିମାଣ କେତେ ଥାଏ।

ପୁର୍ବ ୟୂରୋପିୟ ଦେଶରେ ଆତ୍ମହତ୍ୟାର ପରିମାଣ ଅଧିକ ରହିଛି। ଯେଉଁଥିରେ ଲିଥୁଆନିୟା, ବେଲାରୁସ, ପୋଲାଣ୍ଡ ଓ  ଲାତବିୟା ସିମିଲ ଅଛି। ପୂର୍ବ ଏସିଆରେ ଦକ୍ଷିଣ କୋରିଆ ଓ ଦକ୍ଷିଣ ଏସିଆର ଶ୍ରୀଲଙ୍କା ମଧ୍ୟ ରହିଛି। ଆଫଗାନିସ୍ଥାନରେ ଆତ୍ମହତ୍ୟାର ପରିମାଣ ୫.୫ , ଇରାକରେ ତିନ ଓ ସିରିଆରେ ୨.୭ ରହିଛି । କୋରବିୟନ ଦ୍ବିପ ସମୂହର ଦେଶରେ  ଆତ୍ମହତ୍ୟାର ପରିମାଣ ସବୁଠାରୁ କମ ଅଟେ। ଗ୍ରିନେଡ ଓ ବାରବାଡେସରେ ଆତ୍ମହତ୍ୟାର ପରିମାଣ ୦.୫ ଓ ୦.୪ ରହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.