ବିଭିନ୍ନ ଦାବି ନେଇ କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

ବିଭିନ୍ନ ଦାବି ନେଇ କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ । କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁଙ୍କ ବିରୋଧରେ ନାରାବାଜି ।

ବିଭିନ୍ନ ଦାବି ନେଇ କ୍ୟାପିଟାଲ ହସ୍ପିଟାଲରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ । କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁଙ୍କ ବିରୋଧରେ ନାରାବାଜି । ସଫେଇ କର୍ମଚାରୀମାନଙ୍କୁ ବିଭିନ୍ନ ସମୟରେ ନିର୍ଦ୍ଦେଶକ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ଆଣିଛନ୍ତି ଆନ୍ଦୋଳନକାରୀ ।

ଏହା ସହ ସଫେଇ କର୍ମଚାରୀଙ୍କୁ EPF ESTରେ ପଞ୍ଜିକୃତ କରାଇବା, କର୍ମଚାରୀମାନଙ୍କୁ ବିନା ପ୍ରମାଣରେ କାମରୁ ନିବୃତ ନ କରାଇବା, ଦୁର୍ଗା ପୂଜାରେ ବୋନସ ଭଳି ବିଭିନ୍ନ ଦାବୀ ନେଇ ସଫେଇ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ତେବେ ଏନେଇ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି, ଆମେ ସଫେଇ କର୍ମଚାରୀମାନଙ୍କ ସହ ଆଲୋଚନା କରୁଛୁ । ତାଙ୍କର ମୌଳିକ  ଦାବିଗୁଡିକ ଆମେ ମାନିନେଇଛୁ । ମାତ୍ର ସେମାନେ ଲୋନ ଆକାରରେ ନୂତନ ଟେଣ୍ଡରଧାରୀ କମ୍ପାନୀକୁ ଟଙ୍କା ମାଗୁଛନ୍ତି । ଯେଉଁଟା କି ସମ୍ଭବପର ନୁହେଁ, ତେଣୁ ସେମାନେ ଆନ୍ଦୋଳନ କରୁଛନ୍ତି । ଆନ୍ଦୋଳନ ଫଳରେ ଚିକିତ୍ସାରେ ମଧ୍ୟ ବାଧା ଉପୁଜୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.