Below header

ଏମିତି ଜଣେ ଯୁବତୀ ଯାହାଙ୍କ ଭିତରେ ରହିଛନ୍ତି ୯୩ଟି ବ୍ୟକ୍ତିତ୍ୱ, ପାର୍ଟନର ବି ହୋଇଗଲେଣି ଅଭ୍ୟସ୍ତ

ଏହି ମହିଳାଙ୍କ ନାମ ଅମ୍ବର ଲଜ୍, ଯାହାଙ୍କ ଭିତରେ ମୋଟ ୯୩ ବ୍ୟକ୍ତିତ୍ୱ ବାସ କରନ୍ତି । କୌତୁହଳର ବିଷୟ ହେଉଛି ସମସ୍ତେ ପରସ୍ପରଠାରୁ ଭିନ୍ନ ଅଟନ୍ତି। ଅମ୍ବର ଲଜ୍ ଙ୍କର ବୟସ ୩୧ ବର୍ଷ ହେବ ।

ସମାନ ମଣିଷ ହେଲେ ଭିନ୍ନ ଭିନ୍ନ ବ୍ୟକ୍ତିତ୍ୱଙ୍କ ସହ କଟେ ଜୀବନ । ଏହା କଣ ସମ୍ଭବ? ଯଦି ସମ୍ଭବ କେମିତି? ଏତେ ଟାଇମ୍ କେଉଁଠୁ ମିଳେ। ତେବେ ସମାନ ବ୍ୟକ୍ତିଙ୍କ ଭିତରେ ବିଭିନ୍ନ ବ୍ୟକ୍ତିତ୍ୱ ରହିବା ଘଟଣା ବିଷୟରେ ଆପଣ ତ କ୍ୱଚିତ୍ ଶୁଣିଥିବେ। ହେଲେ ଅନେକ ଲୋକ ପ୍ରକୃତରେ ଜଣେ ବ୍ୟକ୍ତିଙ୍କ ଭିତରେ ରହିପାରିବେ କି? ଯଦି ଏହା ସତ ତେବେ ଆପଣ ଏହାକୁ ଭୂତ,ପ୍ରେତ,ଆତ୍ମା କିମ୍ବା କିଛି ମାନସିକ ରୋଗ ବୋଲି ନିହାତୀ କହିବେ। ତେବେ ଅନେକ ପ୍ରକାରର ଲୋକ ଜଣେ ଯୁବତୀଙ୍କ ଭିତରେ ରୁହନ୍ତି ଏବଂ ସେମାନଙ୍କ ସହିତ ଜୀବନ ବିତାନ୍ତି । ଏଭଳି ଏକ ସତ କାହାଣୀ ଏବେ ସାମ୍ନାକୁ ଆସିଛି।

ସତ କହିବାକୁ ଗଲେ ଆପଣ ନିଶ୍ଚିତ ଭାବରେ କେବଳ ଭୂତ ଚଳଚ୍ଚିତ୍ରରେ ଏପରି କାହାଣୀ ଦେଖିଥିବେ । ଯେଉଁଥିରେ ଗୋଟିଏ ମୁହୂର୍ତ୍ତରେ ଜଣେ ବ୍ୟକ୍ତି ବିଭିନ୍ନ ରୂପ ଧାରଣ କରିଥାଏ । ଖାଲି ରୂପ ନୁହେଁ ସ୍ୱର ଏବଂ ଏପରିକି ଚିନ୍ତାଧାରା ମଧ୍ୟ ବଦଳିଯାଇଥାଏ ସେହି ବ୍ୟକ୍ତି ଜଣଙ୍କର । ତେବେ ଏମିତି ଜଣେ ମହିଳା ଯିଏ କୌଣସି ଫିଲ୍ମରେ ନୁହେଁ ବରଂ ସତ ଜୀବନରେ ଏହିପରି କରିପାରନ୍ତି । ଏହି ଯୁବତୀଙ୍କ ନାମ ଅମ୍ବର ଲଜ୍, ଯାହାଙ୍କ ଭିତରେ ମୋଟ ୯୩ ବ୍ୟକ୍ତିତ୍ୱ ବାସ କରନ୍ତି । କୌତୁହଳର ବିଷୟ ହେଉଛି ସମସ୍ତେ ପରସ୍ପରଠାରୁ ଭିନ୍ନ ଅଟନ୍ତି।

ଅମ୍ବର ଲଜ୍ ଙ୍କର ବୟସ ୩୧ ବର୍ଷ ହେବ। କିନ୍ତୁ ତାଙ୍କ ଜୀବନ ଆଦୌ ସ୍ୱାଭାବିକ ନୁହେଁ । ଅମ୍ବର ଡିସୋସିଏଟିଭ୍ ଆଇଡେଣ୍ଟିଟି ଡିସଅର୍ଡରରେ ପୀଡିତ(Dissociative Identity Disorder)। ଯେଉଁ କାରଣରୁ ସମୁଦାୟ ୯୩ ଟି ଭିନ୍ନ ଭିନ୍ନ ବ୍ୟକ୍ତିତ୍ୱ ତାଙ୍କ ଶରୀର ଭିତରେ ରୁହନ୍ତି। ଗୋଟିଏ ମୁହୂର୍ତ୍ତରେ ସେ ଏକ ଛୋଟ ଝିଅ ପରି ଅଭିନୟ ଆରମ୍ଭ କରିଦେଇଥାନ୍ତି ତ ପୁଣି ପରବର୍ତ୍ତୀ ମୁହୂର୍ତ୍ତରେ ସେ ଏକ ରାଗି ପୁରୁଷ ହୋଇଯାଇଥାନ୍ତି। କେତେବେଳେ ସେ ବହୁତ ଲାଜୁଆ ସ୍ୱଭାବର ହୋଇଯାନ୍ତି ତ ପୁଣି କେତେବେଳେ ସେ ସ୍ମାର୍ଟ ହୋଇଯାଇଥାନ୍ତି । ତାଙ୍କ ଭିତରେ ରହୁଥିବା ବ୍ୟକ୍ତିତ୍ୱ ମାନଙ୍କର ଲିଙ୍ଗ, ବୟସ ଏବଂ ଅଭିଜ୍ଞତା ବି ରହିଛି। ଯାହା ଅମ୍ବରଙ୍କ ଶରୀରରେ କଏଦ ହୋଇଛି।

ତେବେ ଅମ୍ବରଙ୍କ ଏହି ସ୍ୱଭାବରେ ତାଙ୍କ ପାର୍ଟନର ଆଣ୍ଡ୍ରେୟା ମଧ୍ୟ ଅଭ୍ୟସ୍ତ ହୋଇସାରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ସେ ଅମ୍ବରଙ୍କ ଶରୀରରେ ଉପସ୍ଥିତ ବ୍ୟକ୍ତିତ୍ୱଙ୍କ ସହ ଅଭ୍ୟସ୍ତ ହୋଇସାରିଛନ୍ତି । ତାଙ୍କ ସାଥୀ ଆଣ୍ଡ୍ରେୟା ପ୍ରଥମେ ଦ୍ୱନ୍ଦ୍ୱରେ ପଡ଼ିଥିଲେ କିନ୍ତୁ ପରେ ତାଙ୍କର ଏହା ଦେହସୁହା ହୋଇଗଲା । ଯେତେବେଳେ ଦୁହେଁ ଏକାଠି ଶୋଇଥାନ୍ତି ପ୍ରାୟତଃ ସମୟରେ ଅମ୍ବରଙ୍କ ବ୍ୟକ୍ତିତ୍ୱ ବଦଳିଯାଏ । ସେହି ଅନୁସାରେ ଆଣ୍ଡ୍ରିଆ ସେମାନଙ୍କ ସହିତ ଆଚରଣ କରିବା ଆରମ୍ଭ କରିଦିଅନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.