ଖାଲି ପାଦରେ ଆଣ୍ଠେଇ ଶେଖ ହସିନାଙ୍କ ପାଖରେ ବସି କଥା ହେଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ବିନମ୍ରତାକୁ ସମସ୍ତେ କରୁଛନ୍ତି ପ୍ରଶଂସା

ସରିଲା ଜି୨୦ ସମ୍ମିଳନୀ । ଏହି ସମୟର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଯେଉଁଥିରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପାଖରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଖାଲିପାଦରେ ଆଣ୍ଠେଇ ବସି କଥା ହେଉଥିବାର ଦେଖିବାକୁ ମିଳିଛି ।

ନୂଆଦିଲ୍ଲୀରେ ଚାଲିଥିବା ଜି୨୦ ଶିଖର ସମ୍ମିଳନୀ ସମାପ୍ତ ହୋଇଛି । ଭାରତ ମଣ୍ଡପମରେ ସମଗ୍ର ବିଶ୍ୱନେତା ଆସି ଏକାଠି ହୋଇଥିଲେ । ଜି୨୦ ସମ୍ମିଳନୀ ଶେଷ ହେବା ପରେ କିଛି ଏପରି ଫଟୋ ଭାଇରଲ ହେଉଛି, ଯାହାକୁ ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି । ‘ଜି୨୦’ ଶିଖର ସମ୍ମିଳନୀରେ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ପାଖରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଖାଲିପାଦରେ ଗୋଟିଏ ଆଣ୍ଠୁ ତଳେମାଡ଼ି କଥା କହୁଥିବାର ଫଟୋ ଭାଇରାଲ୍ ହେଉଛି। ତେବେ ସୁନକଙ୍କର ବିନମ୍ରତାକୁ ଦେଖି ସମସ୍ତେ ପ୍ରଶଂସା କରୁଛନ୍ତି ।

ଖବର ମୁତାବକ, ‘ଜି୨୦’ ଶିଖର ସମ୍ମିଳନୀର ସମାବର୍ତ୍ତନ ସମାରୋହ ବେଳେ ସୁନକ ଓ ହସିନା ଦିଲ୍ଲୀରେ ଥିଲେ। ଏହି ସମୟର ଫଟୋ ଏବେ ଇଣ୍ଟରନେଟରେ ଭାଇରଲ ହେଉଛି । ଫଟୋରେ ଦେଖିବାକୁ ମିଳିଛି କି, ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ଚେୟାରରେ ବସିଥିବା ବେଳେ ସୁନକ ଖାଲି ପାଦରେ ଗୋଟେ ଗୋଡରେ ଆଣ୍ଠେଇ ବସି କଥା ହେଉଛନ୍ତି । ଯାହାକୁ ଦେଖି ୟୁଜର୍ସ ପ୍ରଶଂସା କରିବା ସହିତ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ।

ଦିଲ୍ଲୀ ଜି୨୦ ଶିଖର ସମ୍ମିଳନୀର ସଫଳ ଆୟୋଜନ କରିବା ସହିତ ଦୁନିଆକୁ ବିଶ୍ୱ ଆତିଥ୍ୟ ଦେଖାଇଥିଲା । ଆଉ ଚୀନ ଏବଂ ପାକିସ୍ତାନର କୂଟନୈତିକ ଷଡଯନ୍ତ୍ରକୁ ମାତ୍‌ ଦେଇଛି ।

ଜି୨୦ ସମ୍ମିଳନୀରୁ କିଛି ସମୟ ବିରତି ନେଇ ଋଷି ସୁନକ ପତ୍ନୀ ଅକ୍ଷତାଙ୍କ ସହିତ ଅକ୍ଷରଧାମ ମନ୍ଦିର ପୂଜା ପାଇଁ ଯାଇଥିଲେ । ଯାହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.