ଉଦାହରଣ ସୃଷ୍ଟି କଲେ ସରପଞ୍ଚ, ପ୍ରେମୀ ଯୁଗଳଙ୍କ ଦରଖାସ୍ତ ଉପରେ ଏପରି ନେଲେ ନିଷ୍ପତ୍ତି

କଳାହାଣ୍ଡି(କେନ୍ୟୁଜ୍) : ପ୍ରେମରେ ପଡି ଆଜିକାଲିର ଯୁବପିଢି ବିଭିନ୍ନ ଅଶୋଭନୀୟ କାର୍ଯ୍ୟକଳାପ କରି ବସୁଛନ୍ତି । ଯାହାଫଳରେ ଗାଁର ମୁରବି ମାନେ ମଧ୍ୟ ସେମାନଙ୍କୁ ଅକଥନୀୟ ଦଣ୍ଡ ଦେଉଥିବାର ନଜିର ରହିଛି । ହେଲେ ଆଜି ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମାଜ ପାଇଁ ଏକ ଉଦାହରଣ ପାଲଟିଛି । କଳାହାଣ୍ଡି ଜିଲ୍ଲା ଏମ୍.ରାମପୁର ବ୍ଳକ୍ ଉର୍ଲାଦାନୀ ସରପଞ୍ଚ ଗନ୍ଧର୍ବ ପୂଝାରୀ ଏକ ପ୍ରେମୀ ଯୁଗଳଙ୍କୁ ବିବାହ କରାଇଥିବା ଘଟଣା ଜଣାପଡିଛି । ଏହି ପଞ୍ଚାୟତ ଅନ୍ତର୍ଗତ ବିଡାବାରୁ ଗାଁର ନରେଶ ନାଏକ ଓ କନ୍ଧମାଳ, ତୁମୁଡିବନ୍ଧ ଅନ୍ତର୍ଗତ ଧୁବଲାଖମନ ଗାଁର ଜ୍ୟୋତିର୍ମୟୀ ବେହେରାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଜାତିଗତ ବିଭେଦ କାରଣରୁ ଉଭୟଙ୍କ ପରିବାର ଲୋକେ ବିବାହ ପାଇଁ ରାଜି ହୋଇନଥିଲେ । ଯାହାକୁ ନେଇ ପ୍ରେମୀ ଯୁଗଳ ଉର୍ଲାଦାନୀ ସରପକ୍ଷଙ୍କୁ ଲିଖିତ ଦରଖାସ୍ତ ଦେଇଥିଲେ । ଦରଖାସ୍ତର ବିଚାର କରି ସରପଞ୍ଚ ଶ୍ରୀ ପୂଝାରୀ ଉଭୟଙ୍କୁ ସରପଞ୍ଚ ଅଫିସ୍ ପରିସରରେ ବିବାହ କରାଇଥିଲେ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.