ଫ୍ରେଞ୍ଚ୍‌ କିସ୍‌ ଦେବା ବାହାନାରେ ସ୍ତ୍ରୀର ଜିଭ କାଟିଲା ସ୍ୱାମୀ, ଆଉ ତା’ପରେ…

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଏକ ସାଧାରଣ କଥା। କୁହାଯାଏ ଯେ ଦାମ୍ପତ୍ୟ କଳହ ପତି-ପତ୍ନୀଙ୍କ ମଧ୍ୟରେ ଭଲ ପାଇବାକୁ ଆହୁରି ଦୃଢ଼ କରେ। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ବେଳେବେଳେ ମାତ୍ର କିଛି ଘଣ୍ଟାରେ ସମାପ୍ତ ହେଉଥିବା ବେଳେ ଆଉ କେତେବେଳେ ବର୍ଷବର୍ଷ ମଧ୍ୟ ଚାଲିଥାଏ। ଆଉ ବେଳେବେଳେ ରାଗର ବଶବର୍ତ୍ତୀ ହୋଇ ଜଣେ ଆଉ ଜଣଙ୍କ ଜୀବନ ନେବାକୁ ମଧ୍ୟ ପଛାଇନଥାଏ। ଏବେ ସେହିଭଳି ଏକ ବର୍ବର ଘଟଣା ଦେଖିବାକୁ ମିଳିଛି ଅହମ୍ମଦାବାଦରେ। ଏଠାରେ ପତିପତ୍ନୀଙ୍କ ଝଗଡ଼ା ଉଗ୍ରରୂପ ଧାରଣ କରିବାରୁ ସ୍ୱାମୀ ସ୍ତ୍ରୀର ଜିଭକୁ ଛୁରୀରେ କାଟିଦେଇଥିବା ଦେଖିବାକୁ ମିଳିଛି। ତେବେ ଫ୍ରେଞ୍ଚ୍‌ କିସ୍‌ ଦେବା ବାହାନାରେ ସ୍ୱାମୀ ଏଭଳି କାଣ୍ଡ ଭିଆଇଥିବା ଜଣାଯାଇଛି।

ରିପୋର୍ଟ ମୁତାବକ, ଗୁଜରାଟ ବାସିନ୍ଦା ୩୭ ବର୍ଷୀୟା ତସଲୀମ ମନ୍‌ସୁରୀ ୨୦୦୮ ମସିହାରେ ଅୟୁବ୍‌ଙ୍କୁ ବିବାହ କରିଥିଲେ। ଏହା ତସଲୀମଙ୍କ ତୃତୀୟ ବିବାହ ହୋଇଥିବା ବେଳେ ଅୟୁବ୍‌ଙ୍କ ଦ୍ୱିତୀୟ ବିବାହ ଥିଲା। ତେବେ ବିବାହ ପରେ ୩-୪ ମାସ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ମାତ୍ର କିଛି ଦିନ ପରେ ଅୟୁବ୍‌ କାମରେ ନ ଯିବା ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା, ଯାହା ପରେ ପୁଣି ଠିକ୍‌ ହୋଇଯାଉଥିଲା।

ମାତ୍ର ସପ୍ତାହେ ତଳେ ଉଭୟଙ୍କ ମଧ୍ୟରେ ଝଗଡ଼ା ଉଗ୍ରରୂପ ନେଇଥିଲା। ପରେ ରାତିରେ ଉଭୟେ ଶୋଇଥିବା ବେଳେ ଅୟୁବ୍‌ ତସ୍‌ଲିମକୁ ଫ୍ରେଞ୍ଚ୍‌ କିସ୍‌ କରିବାକୁ କହିଥିଲା। ଅୟୁବ୍‌ ଝଗଡ଼ା ଭୁଲି ଯାଇଥିବା ଭାବି ତସଲିମ ତାକୁ କିସ୍‌ କରିବାକୁ ଜିଭ କାଢ଼ିବା ବେଳେ ଅୟୁବ୍‌ ତା ଜିଭକୁ ହାତରେ ଧରି ଏକ ଛୁରୀରେ କାଟି ଦୁଇ ଖଣ୍ଡ କରିଦେଇଥିବା ତସ୍‌ଲିମ ଅଭିଯୋଗ କରିଛନ୍ତି।

ଏହାସହ ପଢ଼ନ୍ତୁ: ବିବାହର ନକଲି ପ୍ରମାଣପତ୍ର ନେଇ କନ୍ୟା ପିତାଙ୍କୁ ମେସେଜ୍‌ କଲା ଯୁବକ, କହିଲା ମୁଁ ତୁମ ଝିଅ ସହ…

ଜିଭ କାଟିବା ପରେ ସେ ତସ୍‌ଲିମକୁ ଘରର ବାହାର ପଟେ ତାଲା ପକାଇ ଦେଇ କୁଆଡେ ଚାଲିଯାଇଥିଲା। ତସ୍‌ଲିମ ଏନେଇ ନିଜ ଭଉଣୀକୁ ଫୋନ୍‌ କରି ଜଣାଇବା ସହ ପଡ଼ୋଶୀଙ୍କୁ ଚିତ୍କାର କରି ଡାକିଥିଲା। ପରେ ପଡୋଶୀମାନେ ଆସି ତାକୁ ଉଦ୍ଧାର କରି ସ୍ଥାନୀୟ ଏସ୍‌ବିପି ମେଡିକାଲରେ ଭର୍ତ୍ତି କରିଥିଲେ। ଏବେ ତସ୍‌ଲିମଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଚଳାଇଛି ଓ ଖୁବ୍‌ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପୋଲିସ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.