Below header

ନାବାଳିକାକୁ ଦୁଷ୍କର୍ମ ଏବଂ ଗର୍ଭବତୀ ଅଭିଯୋଗ ଘଟଣା: ଅଡବା ସରପଞ୍ଚଙ୍କ ସ୍ୱାମୀ ଗିରଫ

ମୋହନା(କେନ୍ୟୁଜ୍): ନାବାଳିକାଙ୍କୁ ଦୁଷ୍କର୍ମ ଏବଂ ଗର୍ଭବତୀ ଅଭିଯୋଗ ଘଟଣାରେ ସରପଞ୍ଚଙ୍କ ସ୍ୱାମୀ ଗିରଫ। ଫେରାର ଅଡବା ସରପଞ୍ଚଙ୍କ ସ୍ୱାମୀଙ୍କୁ ହାବୁଡାପଙ୍କାରୁ ଗିରଫ କରିଛି ପୋଲିସ। ଗଜପତି ଜିଲ୍ଲା ଅଡ଼ବା ଥାନା ପଦଗାଁର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ନେଇ ଥାନାରେ ଅଭିଯୋଗ କରିଥିଲେ ନାବାଳିକାଙ୍କ ବାପା ।

ଅଡ଼ବା ଗ୍ରାମ ପଞ୍ଚାୟତର ମନସି ମଣ୍ଡଳ ନାମକ ଜଣେ ବ୍ୟକ୍ତି ଘରେ କେହି ନଥିବାର ସୁଯୋଗ ନେଇ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଖବରପାଇ ଚାଇଲ୍ଡ ଲାଇନ୍‌ ଘଟଣାସ୍ଥଳରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିଥିଲା । ନାବାଳିକାର ବାପାଙ୍କ ଅଭିଯୋଗ ଆଧାରରେ ତଦନ୍ତ ଚଳାଇ ଫେରାର ଅଭଯୁକ୍ତକୁ ଗିରଫ କରିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.