ଡାକ ବିଭାଗରେ ବମ୍ପର ଭର୍ତ୍ତି, ମାସକୁ ଦରମା ୮୧,୧୦୦ ଟଙ୍କା

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଯଦି ଆପଣ ଡାକ ବିଭାଗରେ ଚାକିରି କରିବାକୁ ଇଚ୍ଛୁକ, ତେବେ ତୁରନ୍ତ କରନ୍ତୁ ଆବେଦନ। ଡାକ ବିଭାଗ ତରଫରୁ ଗୁଜୁରାଟ ପୋଷ୍ଟାଲ ସର୍କଲରେ ମଲ୍ଟି ଟାସ୍କିଂ ଷ୍ଟାଫ(MTS), ପୋଷ୍ଟମ୍ୟାନ, ପୋଷ୍ଟାଲ ଆସିଷ୍ଟାଣ୍ଟ ଏବଂ ସର୍ଟିଂ ଆସିଷ୍ଟାଣ୍ଟ ସହିତ ଅଲଗା ଅଲଗା ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଉଛି। ଆପଣ ଇଚ୍ଛୁକ ଥିଲେ ଅଫିସିଆଲ ୱେବସାଇଟ dopsportsrecruitment.in କୁ ଯାଇ ଆବେଦନ କରିପାରିବେ। ଇଚ୍ଛୁକ ପ୍ରାର୍ଥୀ ୨୨ ନଭେମ୍ବର ପୂର୍ବରୁ ନିଜର ରେଜିଷ୍ଟ୍ରେସନ କରାଇନିଅନ୍ତୁ। ବିଭାଗ ପକ୍ଷରୁ ସର୍ଟଲିଷ୍ଟ ପ୍ରସ୍ତୁତ କରାଯାଇ ୬ ଡିସେମ୍ବରକୁ ଜାରି କରାଯିବ। ଏହି ନୋଟିଫିକେସନ ମହାରାଷ୍ଟ୍ର, ଆନ୍ଧ୍ର ଏବଂ ଆସାମ କ୍ଷେତ୍ର ପାଇଁ ଜାରି କରାଯାଇଛି।

ପଦବୀ ବିବରଣୀ : ୧୮୮

ମଲ୍ଟି ଟାସ୍କିଂ ଷ୍ଟାଫ : ୬

ପୋଷ୍ଟମ୍ୟାନ : ୫୬

ପୋଷ୍ଟାଲ ଆସିଷ୍ଟାଣ୍ଟ/ସର୍ଟିଂ ଆସିଷ୍ଟାଣ୍ଟ :୭୧

ଜରୁରୀ ତାରିଖ : ୨୨ ନଭେମ୍ବର ୨୦୨୨ ପୂର୍ବରୁ ଆବେଦନ କରିଦିଅନ୍ତୁ।

ମାସିକ ଦରମା : ପୋଷ୍ଟାଲ ଆସିଷ୍ଟାଣ୍ଟ ଏବଂ ସର୍ଟିଂ ଆସିଷ୍ଟାଣ୍ଟ ପଦବୀ ପାଇଁ ୨୫,୫୦୦ରୁ ୮୧,୧୦୦ ଟଙ୍କା ଦରମା ରହିଛି।

ପୋଷ୍ଟମ୍ୟାନ/ମେଲଗାର୍ଡ ପଦବୀ ପାଇଁ ମାସିକ ୨୧,୭୦୦ ଟଙ୍କାରୁ ୬୯,୧୦୦ ଟଙ୍କା ଦରମା ରହିଛି।

ଏମଟିଏସ୍‌ ପଦବୀ ପାଇଁ ୧୮,୦୦୦ ଟଙ୍କାରୁ ୫୬,୯୦୦ ଟଙ୍କା ମାସିକ ରହିଛି।

ବୟସ ସୀମା : ଏହିସବୁ ପଦବୀରେ ଆବେଦନ କରିବା ପାଇଁ ସର୍ବନିମ୍ନ ୧୮ ବର୍ଷ ଏବଂ ସର୍ବାଧିକ ୨୭ ବର୍ଷ ନିର୍ଦ୍ଧାରଣ କରାଯାଇଛି।

ଶିକ୍ଷାଗତ ଯୋଗ୍ୟତା : ପୋଷ୍ଟାଲ ଆସିଷ୍ଟାଣ୍ଟ ଏବଂ ସର୍ଟିଂ ଆସିଷ୍ଟାଣ୍ଟ ପାଇଁ ୧୨ଶ ପାସ୍‌ ସହିତ କୌଣସି ମାନ୍ୟତାପ୍ରାପ୍ତ କମ୍ପ୍ୟୁଟର ସଂସ୍ଥାରୁ ଅତିକମରେ ୬୦ ପ୍ରତିଶତ ମାର୍କ ସାର୍ଟିଫିକେଟ ଥିବା ଜରୁରୀ।

ସେହିପରି ପୋଷ୍ଟମ୍ୟାନ/ମେଲଗାର୍ଡ ପାଇଁ ୧୨ଶ ପାସ୍‌ ସହିତ ସ୍ଥାନୀୟ ଭାଷା ଅର୍ଥାତ୍‌ ଗୁଜୁରାଟୀ ଆସୁଥିବା ଜରୁରୀ। ୬୦ ମାର୍କ ରଖିଥିବା କମ୍ପ୍ୟୁଟର ସାର୍ଟିଫିକେଟ ଥିବା ଜରୁରୀ।

ମଲ୍ଟି ଟାସ୍କିଂ ଷ୍ଟାଫ ପୋଷ୍ଟ ପାଇଁ ୧୦ମ ପାସ୍‌ ସହିତ ସ୍ଥାନୀୟ ଭାଷାରେ ଅର୍ଥାତ୍‌ ଗୁଜୁରାଟୀ ଆସୁଥିବା ଜରୁରୀ।

କେମିତି କରିବେ ଆବେଦନ :

ପ୍ରାର୍ଥୀ ଅନଲାଇନ ମୋଡରେ ଅଫିସିଆଲ ୱେବସାଇଟ dopsportsrecruitment.in କୁ ଯାଇ ଆବେଦନ କରିପାରିବେ।

ପ୍ରଥମେ ରେଜିଷ୍ଟ୍ରେସନ କରିବା ପରେ ଆବେଦନ ଶୁଳ୍କ ଜମା କରନ୍ତୁ। ସ୍ପୋଟର୍ସ ଡାଟା ଜମା କରିବା ପରେ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ। ନିଜର ଅଞ୍ଚଳ ଚୟନ କରନ୍ତୁ।

ଆବେଦନ ଶୁଳ୍କ : ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ :

https://dopsportsrecruitment.in/

https://dopsportsrecruitment.in/UploadNotifications/Gujarat/06.pdf

 

Also Read : IT ପ୍ରଫେସନାଲଙ୍କ ପାଇଁ Bank of Baroda ରେ ଚାକିରି ସୁଯୋଗ, ସିଧାସଳଖ ଇଣ୍ଟରଭ୍ୟୁରେ ହେବ ଚୟନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.