ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ଚୂଡ଼ାନ୍ତ, ହବିଷ୍ୟାଳୀଙ୍କ ଦର୍ଶନ ଉପରେ ଅଧିକ ଗୁରୁତ୍ଵ

କେନ୍ୟୁଜ୍(ବ୍ୟୁରୋ): ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ଚୂଡ଼ାନ୍ତ । ହବିଷ୍ୟାଳୀଙ୍କ ଦର୍ଶନ ଉପରେ ଅଧିକ ଗୁରୁତ୍ଵ ଦିଆଯାଇଛି। ସେହିପରି ଶୃଙ୍ଖଳିତ ନୀତି ,ବାଳଭୋଗ ଓ କିଭଳି ଠିକ୍ ସମୟରେ ମହାପ୍ରସାଦ ବାହାରିବ ,କାର୍ତ୍ତିକ ମାସର ଶେଷ ୫ ଦିନରେ ପ୍ରଭୁଙ୍କ ୫ ଟି ବେଶ୍ ଉପରେ ଭିଡ ନିୟନ୍ତ୍ରଣ ଉପରେ ଆଲୋଚନା ହୋଇଛି।

କାର୍ତ୍ତିକ ମାସରେ କେବଳ ହବିଷ୍ୟାଳୀ ନୁହେଁ ଭକ୍ତଙ୍କ ଅସମ୍ଭବ ଭିଡ଼କୁ ଦୃଷ୍ଟିରେ ରଖି ରୋଷଘରକୁ ଦର୍ଶନ ପାଇଁ କୌଣସି ଭକ୍ତଙ୍କୁ ଛଡା ଯିବ ନାହିଁ।ସେହିପରି କୌଣସି ଭକ୍ତ ଗୋଟିଏ ସ୍ଥାନରେ ଛିଡା ହୋଇ ରହିବେ ନାହିଁ । ହବିଷ୍ୟାଳୀଙ୍କ ସହ ବୃଦ୍ଧ,ବୃଦ୍ଧାଙ୍କ ଦର୍ଶନ ଉପରେ ଗୁରୁତ୍ବ ଦେଇ ସ୍ବତନ୍ତ୍ର ଯୋଜନା କରାଯାଉଛି। ୨୮ ତାରିଖରେ ହେବାକୁ ଥିବା ଖଣ୍ଡ ଗ୍ରାସ ଚନ୍ଦ୍ରଗ୍ରହଣ ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ବୈଠକରେ ଶାଳିନତା ପୂର୍ବକ ପୋଷାକ ପରିଧାନ ଉପରେ ସବୁ ନିଯୋଗ ସହାୟତା କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.