Below header

ରଙ୍ଗିଲା ଅଧ୍ୟକ୍ଷଙ୍କୁ ପୋଲିସ୍‌ କଲା ଗିରଫ, ମହିଳା ସହକର୍ମୀଙ୍କୁ ଦେଉଥିଲେ ଯୈାନ ଉତ୍ପୀଡନ

କୋରାପୁଟ : ଜଣେ ମହିଳା ସହକର୍ମୀଙ୍କୁ ଯୈାନ ନିର୍ଯାତନା ଦେଇ ଅଧ୍ୟକ୍ଷ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତ ହେଲେ ସୁନାବେଡା ମହିଳା ସେକେଣ୍ଡାରୀ ସ୍କୁଲ୍‌ର ଅଧ୍ୟକ୍ଷ ପବିତ୍ର କୁମାର ବେଦାନ୍ତ । ମହିଳାଙ୍କ ଅଭିଯୋଗ ଅନୁଯାୟୀ, ଅଧ୍ୟକ୍ଷ ଜଣକ ତାଙ୍କୁ ବାରମ୍ବାର ଅଶ୍ଳୀଳ ଇଙ୍ଗିତ କରିବା ସହ ଯୈାନ ସହଯୋଗ ପାଇଁ ପ୍ରବର୍ତ୍ତାଉଥିଲେ । ଫଳରେ ପୋଲିସ ତାକୁ ଆଜି  ଗିରଫ କରି କୋର୍ଟ ଚାଲାଣ କରିଛି ।

ଏପରିକି ତାଙ୍କର କାମ କରୁଥିବା କମ୍ପ୍ୟୁଟର ରୁମ୍‌ରେ ତାଙ୍କୁ ଏକୁଟିଆ ପାଇ ଆଲିଙ୍ଗନ କରୁଥିଲେ ବୋଲି ସହକର୍ମୀ ଅଭିଯୋଗ କରିଛନ୍ତି । ଅଧ୍ୟକ୍ଷ ଜଣକ ତାଙ୍କର ସ୍ପର୍ଶ କାତର ଅଙ୍ଗକୁ ସ୍ପର୍ଶ କରିବା ସହ ହ୍ଵାଟ୍ସଆପ୍‌ରେ ତାଙ୍କୁ ଯୈାନ ଉଦ୍ଦୀପକ ମେସେଜ୍‌ ଓ ଛବିମାନ ପଠାଇ ତାଙ୍କୁ ଯୈାନ କାର୍ଯ୍ୟ ପାଇଁ ପ୍ରବର୍ତ୍ତାଉଥିଲେ ବୋଲି ମହିଳା ସହକର୍ମୀ ଅଭିଯୋଗ କରିଛନ୍ତି ।

ଖାଲି ସେତିକି ନୁହେଁ ଅଭିଯୁକ୍ତ ଜଣକ ତାଙ୍କ ଉଦ୍ୟମରେ ସଫଳ ନହେବାରୁ ଏଥିପାଇଁ ଫଳ ଭୋଗିବାକୁ ପଡିବ ବୋଲି ଧମକାଇଥିଲେ । ମହିଳା ଜଣକ ପୋଲିସରେ ଅଭିଯୋଗ କରିବାରୁ ଅଭିଯୁକ୍ତ କିଛି ଗୁଣ୍ଡାଙ୍କୁ ନେଇ ସିମିଳିଗୁଡା ଠାରେ ତାଙ୍କର ଫୋନ୍‌ ଛଡାଇ ନେଇଥିଲେ । ମହିଳା ଜଣକ ପୁଣି ଅଧ୍ୟକ୍ଷଙ୍କ ନାମରେ ଦ୍ୱିତୀୟ ଏଫ୍‌ଆଇଆର୍‌ ଦେଇଥିଲେ । ଫଳରେ ପୋଲିସ ତାକୁ ଆଜି ଉଭୟ କେସ୍‌ରେ ଗିରଫ କରି କୋର୍ଟ ଚାଲାଣ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.