ଦିନ ଦ୍ଵିପହରରେ ବନ୍ଧୁକ ଦେଖାଇ ଲୁଟ, ଭୂଜାଲିରେ ହାଣି ଲୁଟିନେଲେ ନଗଦ ୪୩ ହଜାର ଟଙ୍କା ଓ ମୋବାଇଲ

ଢେଙ୍କାନାଳ(କେନ୍ୟୁଜ ବ୍ୟୁରୋ): ଦିନ ଦ୍ଵିପହରରେ ବନ୍ଧୁକ ଦେଖାଇ ଲୁଟ । ଭୂଜାଲିରେ ହାଣି ଲୁଟିନେଲେ ନଗଦ ୪୩ ହଜାର ଟଙ୍କା ଓ ମୋବାଇଲ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମୁକ୍ତାପଶି କାର୍ମଦା ରାସ୍ତାରେ ଟାଟା ଫାଇନାସ୍‌ ର ୨ କର୍ମଚାରୀଙ୍କ ଠାରୁ ହୋଇଛି ଲୁଟ । ଅଭିଯୋଗ,ଉଭୟ କର୍ମଚାରୀ କାର୍ମଦାରୁ ଇଏମଆଇ ଆଦାୟ କରି କାମାକ୍ଷାନଗର ଫେରୁଥିଲେ । ସେହି ସମୟରେ ଏକ କଳା ପଲସରରେ ୩ ଜଣ ଦୁର୍ବୃତ୍ତ ଆସି ବନ୍ଧୁକ ଦେଖାଇବା ସହ ଭୁଜାଲିରେ ଆକ୍ରମଣ କରିଥିଲେ । ଏଥିରେ ଜଣେ କର୍ମଚାରୀ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.