ଯାଜପୁର ଅଙ୍ଗାଳ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକଙ୍କ ବଦଳୀ ପ୍ରତିବାଦରେ ଛାତ୍ରଙ୍କ ଧାରଣା

ଯାଜପୁର ଟାଉନ: ଶିକ୍ଷକଙ୍କ ବଦଳୀ ପ୍ରତିବାଦରେ ଛାତ୍ରଙ୍କ ଧାରଣା । ଯାଜପୁର ବିଂଝାରପୁର ଥାନା ଅଙ୍ଗାଳ ପଂଚାୟତର ଅଙ୍ଗାଳ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ସଂସ୍କୃତ ଓ ସାହିତ୍ୟ ଶିକ୍ଷକ ପ୍ରତାପ କୁମାର ମିଶ୍ରଙ୍କୁ ଅନ୍ୟତ୍ର ବଦଳୀ କରାଯାଇଛି । ଏହାର ପ୍ରତିବାଦ କରି ଛାତ୍ର ମାନେ ବିଦ୍ୟାଳୟ ସମ୍ମୁଖରେ ଆଜି ସକାଳୁ ଅବିଭାବକଙ୍କ ସହ ଧାରଣାରେ ବସିରହିଥିଲେ ।

photoଏହି ବିଦ୍ୟାଳୟରେ ଏକ ମାତ୍ର ଶିକ୍ଷକ ସଂସ୍କୃତ ଓ ସାହିତ୍ୟ ପଢାଉଥିଲେ । ଶିକ୍ଷକଙ୍କୁ ଅନ୍ୟତ୍ର ବଦଳୀ କରାଗଲେ ଶିକ୍ଷାଦାନ ଗୁରୁତର ଭାବେ ପ୍ରଭାବିତ ହେବ ବୋଲି ଛାତ୍ର ମାନେ ଦାବି କରିଛନ୍ତି ।  ଛାତ୍ର ଧାରଣାରେ ବସିବା ପରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁବ୍ରତ କୁମାର ଧଳ ଛାତ୍ର ଓ ଅଭିବାବକଙ୍କୁ ବୁଝାସୁଝା କରିବା ପରେ ମଧ୍ୟ ଆନ୍ଦୋଳନ ପ୍ରତ୍ୟାହୃତ ହୋଇନଥିଲା । ଦାବି ପୂରଣ ନକଲେ ଅଗକୁ ଆନ୍ଦୋଳନ ତିବ୍ରତର ହେବ ବୋଲି ଅବିଭାବକ ମାନେ ଚେତାବନୀ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.