Below header

ପୁରୀ: ମଙ୍ଗୁ ମଠ ଉଛେଦ ପରେ ଆଜି ଦ୍ଵିତୀୟ ଦିନରେ ସାନ ଛତା ମଠ ଉଛେଦ କାମ ଜାରି ରହିବ, ବ୍ୟବସାୟିକ ଅନୁଷ୍ଠାନ ଭଙ୍ଗାଯିବ

ପୁରୀ(କେନ୍ୟୁଜ୍): ପୁରୀରେ ଶ୍ରୀମନ୍ଦିର ୭୫ ମିଟର ସୁରକ୍ଷା ଜୋନ୍‌ରେ ଜୋରଦାର ଚାଲିଛି ଉଚ୍ଛେଦ ପ୍ରକ୍ରିୟା। ମଙ୍ଗୁ ମଠ ଉଛେଦ ପରେ ଆଜି ଦ୍ୱିତୀୟ ଦିନରେ ସାନ ଛତା ମଠ ଉଛେଦ କାମ ଜାରି ରହିବ। ସାନ ଛତା ମଠ ପାଖରେ ଥିବା ଅନ୍ୟାନ୍ୟ ବ୍ୟବସାୟିକ ଅନୁଷ୍ଠାନ ଗୁଡିକ ମଧ୍ୟ ଭଙ୍ଗାଯିବ। ସାନ ଛତା ମଠର ମନ୍ଦିର ଓ ଗାଦିକୁ ଛାଡି ଅନ୍ୟ ସବୁ ଅଂଶ ଭଙ୍ଗାଯିବ। ରାମନନ୍ଦୀ ସମ୍ପ୍ରଦାୟର ଏହି ମଠ ପ୍ରାୟ ୪ଶହ ବର୍ଷ ପୁରାତନ। ସେହିପରି ଗତକାଲି ମଙ୍ଗୁ ମଠରୁ ସମସ୍ତ ବରୋଦ ହଟାଇ ଦିଆଯାଇଥିବାବେଳେ ଆଜି ଭଙ୍ଗାଯାଇଥିବା ଅଳିଆ ଆବର୍ଜନା ସବୁ ହଟାଯିବ। ଅତିରିକ୍ତ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଏହି ଉଛେଦ କାର୍ଯ୍ୟ ଜାରି ରହିବ। ଶ୍ରୀମନ୍ଦିର ଚାରିପାଖର ୭୫ ମିଟର ସୁରକ୍ଷା ଜୋନ୍‌ରୁ ପ୍ରାୟ ୮୫ ପ୍ରତିଶତ ଅଞ୍ଚଳ ପ୍ରଶାସନ କିଣି ନେଇଛି। ଅବଶିଷ୍ଟ ଅଂଶକୁ ନିକଟ ଭବିଷ୍ୟତରେ ଅଧିଗ୍ରହଣ କରାଯିବା ସହ ଉଚ୍ଛେଦ କାର୍ଯ୍ୟ ଅଧିକ ଜୋରଦାର ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.