ଅଜଣା ପକ୍ଷୀର ପିଠିରୁ ଜବତ ହେଲା ଏହି ସିକ୍ରେଟ କ୍ୟାମେରା, ପୋଲିସ ଦେଖିବା ପରେ ଉଡ଼ିଗଲା ହୋସ

ବିହାର ଶିବହାର ଜିଲ୍ଲାର ଗୋଟେ ଗ୍ରାମରୁ ଏକ ସନ୍ଦିଗ୍ଧ ପକ୍ଷୀ ଉଦ୍ଧାର କରାଯାଇଛି ଯାହାର ପର ମଧ୍ୟରୁ ଏକ କ୍ୟାମେରାକୁ ଜବତ କରାଯାଇଛି । ବନବିଭାଗ ଏବଂ ପୋଲିସ ମିଶି ଏହି ମାମଲାର ତଦନ୍ତ କରୁଛନ୍ତି ।

पक्षी के पीठ पर लगी मिली ये सीक्रेट चीज, पुलिस ने देखा तो उड़ गए होश

ପୋଲିସର ଏକ ଅଧିକାରୀଙ୍କ କହିବା ଅନୁଯାୟୀ ଜବତ କରାଯାଇଥିବା ପକ୍ଷୀଟି ବାଜ ପକ୍ଷୀ ଭଳି ଲାଗୁଛି । ସୂଚନା ଅନୁଯାୟୀ ଚି଼କନୋଟା ଗ୍ରାମରେ ଏହି ପକ୍ଷୀକୁ ଦେଖି ଅନ୍ୟ ପକ୍ଷୀମାନେ ଜୋରରେ ରାବକରିବା ଆରମ୍ଭ କରିଦେଇଥିଲେ । ଯାହାକୁ ଦେଖି ଗ୍ରାମବାସୀମାନେ ଏହି ପକ୍ଷୀକୁ ଧରିବା ପାଇଁ ଚେଷ୍ଟା କରିଥିଲେ । ପକ୍ଷୀଟିକୁ ଧରିବା ପରେ ଲୋକମାନେ ତାର ଶରୀରରେ କିଛି ସନ୍ଦିଗ୍ଧ ବସ୍ତୁ ଦେଖିବାକୁ ପାଇଥିଲେ । ଏହାପରେ ଗ୍ରାମବାସୀମାନେ କୌଣସି ପ୍ରକାରେ ଏହି ପକ୍ଷୀକୁ ଧରି ଥାନାଧିକାରୀଙ୍କ ନିକଟରେ ପହଞ୍ଚିଥିଲେ ।

पक्षी के पीठ पर लगी मिली ये सीक्रेट चीज, पुलिस ने देखा तो उड़ गए होश

ପୋଲିସଙ୍କ କହିବା ଅନୁଯାୟୀ ସନ୍ଦିଗ୍ଧ ପକ୍ଷୀର ପିଠିରେ ଏକ କ୍ୟାମେରା ଲଗାଯାଇଛି । ଯାହାକୁ ବାହାର କରିବା ପରେ ଅଧିକାରୀମାନେ ପକ୍ଷୀଟିକୁ ବନବିଭାଗକୁ ହସ୍ତାନ୍ତର କରିଛନ୍ତି । ଏହି ପକ୍ଷୀ ଓ କ୍ୟାମେରା ଉପରେ ତଦନ୍ତ କରାଯିବା ପରେ ସମସ୍ତ ତଥ୍ୟ ବାହାରକୁ ଆସିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି । ପୋଲିସ କ୍ୟାମେରାର ଯାଞ୍ଚରେ ଲାଗିପଡ଼ିଛି । ତେବେ ଏହି ସନ୍ଦିଗ୍ଧ ପକ୍ଷୀକୁ ଜବତ କରିବା ପରେ ଲୋକମାନେ ଭିନ୍ନ ଭିନ୍ନ କଥା କହୁଥିବାର ଶୁଣିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.