Below header

ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ବଜେଟ୍‌ ଅଧିବେଶନ, ଶ୍ରୀମନ୍ଦିରର ଅର୍ଥ ୟେସ ବ୍ୟାଙ୍କରେ ରଖିବା ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବେ ବିରୋଧୀ

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେବ ବଜେଟ୍‌ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ। ଆରମ୍ଭରୁ ବିରୋଧୀଙ୍କ ହାତରେ, ୟେସ ବ୍ୟାଙ୍କରେ ଶ୍ରୀମନ୍ଦିରର ୫୪୫ କୋଟି ରଖିବା ପ୍ରସଙ୍ଗ। ଏହାକୁ ନେଇ ଉଠିବ ପଡିବ ବିଧାନସଭା। ବିରୋଧୀ ଦଳର ରଣନୀତିରୁ ଏମିତି ଆଭାସ ମିଳିଛି। ଶ୍ରୀମନ୍ଦିର ପ୍ରଶାସନ କେଉଁ ପରିସ୍ଥିତିରେ ଏତେ ପରିମାଣର ଅର୍ଥ ୟେସ ବ୍ୟାଙ୍କ ରଖିଲା। ଏଥିରେ ସରକାରଙ୍କ ଅନୁମତି ଥିଲା ନା ନାହିଁ। ଏ ନିଷ୍ପତ୍ତି ପଛରେ କେଉଁ କେଉଁ ଅଧିକାରୀ ରହିଛନ୍ତି। ସେମାନଙ୍କ ବିରୋଧରେ ରାଜ୍ୟ ସରକାର କି ପଦକ୍ଷେପ ନେଉଛନ୍ତି। ଏ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ନିଷ୍ପତି ନେଇଛି ବିରୋଧୀ ଦଳ।

ସେପଟେ ଜମାକାରୀଙ୍କ ଟଙ୍କା ସୁରକ୍ଷିତ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି। ଆରବିଆଇ ମଧ୍ୟ ପ୍ରତିଶ୍ରୁତି ଦେଇଛି। ଏହା ଭିତରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଇଛି। ରାଜ୍ୟ ଅର୍ଥମନ୍ତ୍ରୀ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ତେଣୁ ଶ୍ରୀମନ୍ଦିର ଅର୍ଥ ସୁରକ୍ଷିତ। କିନ୍ତୁ କେଉଁ ପରିସ୍ଥିତିରେ ଅର୍ଥ ୟେସ ବ୍ୟାଙ୍କରେ ରଖାଗଲା ତାହାକୁ ନେଇ ସରକାର ତର୍ଜମା କରିବେ ବୋଲି ବିଜେଡି କହିଛି। ୟେସ ବ୍ୟାଙ୍କ ଘଟଣାରେ ରାଜ୍ୟ ସରକାରଙ୍କ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଉପରେ ଏବେ ସମସ୍ତଙ୍କର ନଜର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.