Below header

ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲାର ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣୀ

ମାଲକାନଗିରି: ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲାର ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣୀ। ବରିଷ୍ଠ କିରାଣୀ ଜଣଙ୍କ ହେଉଛନ୍ତି ଅକ୍ଷୟ ନାୟକ । ସୂଚନା ଅନୁଯାୟୀ, ଏକ ଜମିଜମା ମାମଲାରେ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା  ।

୧୪୪ ଧାରା ଉଚ୍ଛେଦ ନେଇ ଜୀବନ ମଣ୍ଡଳ ନାମକ ବ୍ୟକ୍ତିଙ୍କ ଠାରୁ ଏକ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ପୂର୍ବରୁ ୨୦ ହଜାର ନେଇଥିବା ବେଳେ ଆଜି ପୁଣି ଲାଞ୍ଚ ନେଉଥିବା ସମୟରେ ଧରାପଡିଛନ୍ତି । ଜୟପୁର ଓ ମାଲକାନଗିରି ଭିଜିଲାନ୍ସ ଟିମ ମିିଳିତ ଭାବେ ଏହି ଚଢାଉ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.