ଦିନକୁ ଦିନ ବଢିବାରେ ଲାଗିଛି ସମସ୍ୟା: ଗଞ୍ଜାମ ପୋଲିସର ୫ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ

ଗଞ୍ଜାମ : ଗଞ୍ଜାମ ପୋଲିସର ୫ ଜଣ କର୍ମଚାରୀ ଆକ୍ରାନ୍ତ ହୋଇଥିବା ଗଞ୍ଜାମ୍‌ ଏସ୍‌ପି ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି । କରୋନା ଯୋଦ୍ଧାଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସମସ୍ୟା ବଢିବାରେ ଲାଗିଛି । ପୋଲିସ କର୍ମଚାରୀଙ୍କ ସହ ଘରୋଇ ହସ୍ପିଟାଲର କର୍ମଚାରୀ ଓ ଡାକ୍ତରମାନେ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି । ଗଞ୍ଜାମ, ବ୍ରହ୍ମପୁର, ଭୁବନେଶ୍ୱର, ପୁରୀ, ବାଲେଶ୍ୱର ଆଦି ସ୍ଥାନରୁ କରୋନା ଯୋଦ୍ଧା ପଜିଟିଭ୍‌ ଚିହ୍ନଟ ହେଉଛନ୍ତି ।

ସୂଚନା ଥାଉକି, ବ୍ରହ୍ମପୁରରେ ୪ ଦିନିଆ ସଟ୍‌ଡାଉନ୍‌ କରାଯାଇଥିବା ବେଳେ ଆସନ୍ତାକାଲି ଗଜପିତିର କିଛି ସ୍ଥାନରେ ୩ ଦିନିଆ ସଟ୍‌ଡାଉନ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଅନେକ କରୋନା ଯୋଦ୍ଧା ଆକ୍ରାନ୍ତ ହେଉଛନ୍ତି । ଏବେ ସୁଦ୍ଧା ୪୦୦ ଯୋଦ୍ଧା କରୋନା ସଂକ୍ରମିତ ହୋଇସାରିଲେଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.